Latest Odisha News

୩୨ ବର୍ଷ ପରେ ଘାଟୀରେ ଖୋଲିଲା ସିନେମା ହଲ

ପୁଲୱାମା: ଦୀର୍ଘ ୩୨ ବର୍ଷ ପରେ କଶ୍ମୀରରେ ଫିଲ୍ମ ହଲ ଖୋଲିଛି । ରବିବାର ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ପୁଲୱାମା ଓ ଶୋପିୟାଁରେ ଥିଏଟରର ଉଦଘାଟନ କରିଥିଲେ । ଖୁବ ଶୀଘ୍ର ପ୍ରତ୍ୟେକ ଜିଲ୍ଲାରେ ଥିଏଟର ଖୋଲାଯିବ ବୋଲି ସେ ଏହି ଅବସରରେ ଘୋଷଣା କରିଥିଲେ । ଶ୍ରୀନଗରର ସୋମବାରା ଅଂଚଳରେ ପ୍ରଥମ ଆଇନକ୍ସ ମଲ୍ଟିପ୍ଲେକ୍ସ ଆସନ୍ତା ସପ୍ତାହରେ ଖୋଲାଯିବ ବୋଲି ସେ କହିଥିଲେ । ଏଥିରେ ୫୨୦ ସିଟ କ୍ଷମତା ବିଶିଷ୍ଟ ୩ ଥିଏଟର ରହିବ । ଯେଉଁ ସମୟରେ ଫିଲ୍ମର ସ୍କ୍ରିନିଂ ହେଉ ନ ଥିବ ସେ ସମୟରେ ପିଲାମାନଙ୍କ ଶିକ୍ଷା କ୍ଷେତ୍ରରେ ଏହାକୁ ବ୍ୟବହାର କରାଯିବ ।

ବର୍ତମାନ ଘାଟୀର ଛାତ୍ର ଇଞ୍ଜିନିୟରିଂ ଏବଂ ଅନ୍ୟ ପ୍ରଶିକ୍ଷଣ ପାଇଁ ଶ୍ରୀନଗର ଯାଉଛନ୍ତି । ୧୯୮୦ ଦଶକରେ ଘାଟୀରେ ଅନେକଗୁଡିଏ ଫିଲ୍ମ ହଲ ଥିଲା । ମାତ୍ର ଉଗ୍ରବାଦୀ ସଂଗଠନର ଧମକ ଯୋଗୁ ଏଗୁଡିକ ବନ୍ଦ କରି ଦିଆ ଯାଇଥିଲା । ୧୯୯୦ ପରେ କିଛି ଥିଏଟର ମାଲିକ କଷ୍ଟ ମଷ୍ଟେ ଏହାକୁ ଚଲାଉଥିଲେ । ୧୯୯୯ ରିଗେଲ ସିନେମା ହଲ ଉପରେ ଗ୍ରେନେଡ ଆକ୍ରମଣ କରାଯାଇଥିଲା । ସେବେଠାରୁ ସମସ୍ତ ଥିଏଟର ବନ୍ଦ ହୋଇ ପଡିଥିଲା ।

Leave A Reply

Your email address will not be published.