Latest Odisha News

BREAKING NEWS

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍

ଗ୍ବାହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଫେସବୁକ୍ ଆକାଉଣ୍ଟକୁ ହ୍ୟାକ୍ କରିବାକୁ ଉଦ୍ୟମ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ ରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସମ୍ଭବତଃ ପାକିସ୍ତାନୀ ହ୍ୟାକରମାନେ ତାଙ୍କ ଫେସବୁକ୍ ଆକାଉଣ୍ଟକୁ ହ୍ୟାକ୍ କରିବାକୁ ଚେଷ୍ଟା କରିଥିଲେ । ଏଭଳି ଉଦ୍ୟମ କରୁଥିବା ଲୋକଙ୍କୁ ଯାଥାଶୀଘ୍ର ଚିହ୍ନଟ କରିବା ପାଇଁ ତଦନ୍ତ ଚାଲିଛି ।

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ତାଙ୍କ ‘ଏକ୍ସ’ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି, ‘କେହି ଅଜଣା ହ୍ୟାକରମାନେ ଆଜି ସନ୍ଧ୍ୟାରେ ମୋ ଫେସବୁକ ଆକାଉଣ୍ଟକୁ ହ୍ୟାକ୍ କରିବାକୁ ଚେଷ୍ଟା କରିଥିଲେ । ପ୍ରାଥମିକ ତଥ୍ୟରୁ ଜଣାପଡିଛି ଯେ ଉକ୍ତ ହ୍ୟାକର ପାକିସ୍ତାନ ରୁ ଏପରି କରିଛି ।

ହିମନ୍ତ ତାଙ୍କ ଫେସବୁକ ଆକାଉଣ୍ଟ ସେଟିଙ୍ଗର ଏକ ସ୍କ୍ରିନସଟ ସେୟାର କରିଛନ୍ତି ଯେଉଁଥିରେ ଦର୍ଶାଯାଇଛି ଯେ ଭାରତର ଚାରି ଜଣ ଏବଂ ପାକିସ୍ତାନର ଜଣେ ବ୍ୟକ୍ତି ଏହାକୁ ପରିଚାଳନା କରୁଛନ୍ତି । ବର୍ତ୍ତମାନ ହିମନ୍ତ ବିଶ୍ୱ ଶର୍ମାଙ୍କ ଆକାଉଣ୍ଟ ସମ୍ପୂର୍ଣ୍ଣ ରିକଭର ହୋଇଛି । ତାଙ୍କ ଆକାଉଣ୍ଟକୁ ସେହି ସମୟରେ ହ୍ୟାକ୍ କରିବାର ଉଦ୍ୟମ କରାଯାଇଛି, ଯେଉଁ ସମୟରେ ସେ ପ୍ରତିଦିନ ତାଙ୍କ ବିବୃତ୍ତିରେ ପାକିସ୍ତାନକୁ ଟାର୍ଗେଟ କରିଥିଲେ ।

Leave A Reply

Your email address will not be published.