Latest Odisha News

BREAKING NEWS

କବିତା : ସୁନ୍ଦର ମନ

ପ୍ରିୟମ୍ବଦା ସାମଲ 

ଈଶ୍ୱର ସୁନ୍ଦର ସର୍ଜନା ସୁନ୍ଦର
ସୁନ୍ଦର ଯାହାର ମନ
ମଧୁର ବଚନ ନ ନିନ୍ଦେ କେ ଜନ
ସୁନ୍ଦର ତାର ଜୀବନ।

ମଧୁମୟ ମନ ସୁନ୍ଦର ସ୍ଵଭାବ
ଅମୃତ ପରଶ ଦିଏ
ଶୃଙ୍ଖଳିତ ମନ କର୍ମେ ସମର୍ପଣ
ସେବାରେ ସେ ଲାଗିଥାଏ।

ପ୍ରକୃତି ସୁନ୍ଦର ଆକାଶ ସୁନ୍ଦର
ସୁନ୍ଦର ଏ ଧରାଧାମ
ସୁନ୍ଦର ମନଟି ତିଆରିଛି ଯିଏ
ଭଗବାନ ବରଦାନ।

ସୁମନ ସୁରଭି ଫଳ ରସାଳତା
ପକ୍ଷୀର ମଧୁର ସ୍ଵନ
ସୁଜନ ସୁମନ ସତେ ମଧୁବନ
ପ୍ରୀତିମୟ ସମ୍ମୋହନ।
ଭୁବନେଶ୍ୱର

Leave A Reply

Your email address will not be published.