Latest Odisha News

BREAKING NEWS

Archana Nag: ଅର୍ଚ୍ଚନା ନାଗଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁ ଚାନ୍ଦ ଥାନାରେ ଅଟକ

ଭୁବନେଶ୍ବର: ଅର୍ଚ୍ଚନା ନାଗଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ ଥାନାରେ ଅଟକ । ରାତି ଅଧରେ ଘରେ ପଶି ମାରଣାସ୍ତ୍ରରେ ଅର୍ଚ୍ଚନା ଓ ତାଙ୍କ ପୁଅଙ୍କୁ ଆକ୍ରମଣ ସହ ଜୀବନରୁ ମାରିବାକୁ ଉଦ୍ୟମ କରିଥିବା ନେଇ ଥାନାରେ ଅର୍ଚ୍ଚନା ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ସ୍ବାମୀ ଜଗବନ୍ଧୁଙ୍କୁ ମଞ୍ଚେଶ୍ୱର ଥାନା ପୁଲିସ ଅଟକ ରଖିଥିବା ସୂଚନା ମିଳିଛି ।

ଜଗବନ୍ଧୁଙ୍କ ନିକଟରୁ ଏକ ଛୁରୀ ମଧ୍ୟ ଜବତ ହୋଇଥିବା ଜଣାପଡିଛି । ପୋଲିସ ଘଟଣାର ତଦନ୍ତ କରିବା ସହ ପ୍ରମାଣ ପାଇବା ପରେ ଜଗବନ୍ଧୁଙ୍କୁ ବୁଧବାର ଉଠାଇ ଆଣିଥିବା କୁହାଯାଉଛି । ରାତିରେ ଜୋରଜବରଦସ୍ତ ଘରେ ପଶିବାକୁ ଚେଷ୍ଟା କରୁଥିଲେ ସ୍ବାମୀ । ସେହି ସମୟରେ ଅର୍ଚ୍ଚନା ତାଙ୍କୁ ଏଠାକୁ କାହିିଁକି ଆସିଲ ବୋଲି ପଚାରିଥିଲେ । ଏପିରିକି ପିସିଆର୍‌ କୁ ଡାକିବାକୁ ଧମକ ଦେଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମଧ୍ୟରେ ବର୍ତ୍ତମାନ ଛାଡପତ୍ର ମାମଲା ଚାଲିଥିବା ବେଳେ ଉଭୟ ଅଲଗା ଅଲଗା ରହୁଥିଲେ । ହେଲେ କେଉଁ କାରଣରୁ ଜଗବନ୍ଧୁ ଏପରି ପଦକ୍ଷେପ ନେଲେ ସେନେଇ ଏଯାଏଁ କୌଣସି ସୂଚନା ମିଳିନାହିଁ ।

 

Comments are closed.