Latest Odisha News

BREAKING NEWS

ଭାରତର ଲଜ୍ଜାଜନକ ପରାଜୟ

ଇନ୍ଦୋର: ଏଠାରେ ଅନୁଷ୍ଠିତ ତୃତୀୟ କ୍ରିକେଟ ଟେଷ୍ଟରେ ଭାରତ ୯ ୱିକେଟରେ ଶୋଚନୀୟ ଭାବେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । କ୍ରମାଗତ ୨ଟି ଟେଷ୍ଟ ହାରିବା ପରେ କଙ୍ଗାରୁ ଟିମ ସିରିଜରେ ସଫଳ ପ୍ରତ୍ୟାବର୍ତନ କରିଛନ୍ତି । ସିରିଜର ଅନ୍ତିମ ମ୍ୟାଚ ଅହମ୍ମଦାବାଦରେ ମାର୍ଚ୍ଚ ୯ରୁ ଖେଳାଯିବ । ଶୁକ୍ରବାର ୭୬ ରନର ବିଜୟ ଲକ୍ଷ୍ୟ ନେଇ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିଥିଲା । ରବିଚନ୍ଦ୍ରନ ଅଶ୍ୱୀନ ଦ୍ୱିତୀୟ ବଲରେ ଉସମାନ ଖ୍ୱାଜାଙ୍କୁ ଆଉଟ କରି ଆଶା ସୃଷ୍ଟି କରିଥିଲେ । ୧୧ ଓଭର ପର୍ଯ୍ୟନ୍ତ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ବଲ ବଦଳାଯିବା ପରେ ଅଷ୍ଟ୍ରେଲିଆ ପକ୍ଷକୁ ମ୍ୟାଚ ଢ଼ଳି ଯାଇଥିଲା । ମାର୍ନସ ଲାବୁଶେନ ୨୮ ଓ ଟ୍ରେଭିସ ହେଡ ୪୯ ରନ କରି ଦଳକୁ ସହଜରେ ବିଜୟୀ କରାଇଥିଲେ ।

BjdElectrycity

ପୂର୍ବରୁ ଭାରତର ପ୍ରଥମ ଇନିଂସ ସ୍କୋର ୧୦୯ ରନ ଜବାବରେ ଅଷ୍ଟ୍ରେଲିଆ ୧୯୭ ରନ କରି ୮୮ ରନର ଅଗ୍ରଣୀ ହାସଲ କରିଥିଲା । ଭାରତ ଦ୍ୱିତୀୟ ଇନିଂସରେ ୧୬୩ ରନ କରିବାକୁ ସକ୍ଷମ ହୋଇଥିଲା । ଅତ୍ୟଧିକ ସ୍ପିନ ପିଚ କରିବା ରଣନୀତିରେ ଭାରତ ଫସି ଯାଇଥିଲା । ବିଜୟ ସହ ଅଷ୍ଟ୍ରେଲିଆ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ କରିଛି ।

Leave A Reply

Your email address will not be published.