Latest Odisha News

BREAKING NEWS

୪୦ ଲକ୍ଷ ଲାଞ୍ଚ ନେଇ ଧରାପଡିଲେ ବିଜେପି ବିଧାୟକଙ୍କ ପୁଅ; ଯାଞ୍ଚ ପରେ ଘରୁ ମିଳିଲା ୬ କୋଟିର କ୍ୟାସ

ବେଙ୍ଗାଲୁର: ସାରୁ ଖୋଳୁ ଖୋଳୁ ବାହାରିଲେ ମହାଦେବ । ବିଜେପି ବିଧାୟକଙ୍କ ପୁଅ ଲାଞ୍ଚ ନେବାବେଳେ ଧରାପଡିଥିଲେ । ପୋଲିସ ଘଟଣାର ଯାଞ୍ଚ କରୁଥିଲା । ଲାଞ୍ଚ କାରବାରର ଚେର ଖୋଜୁ ଖୋଜୁ ତାଙ୍କ ଘରୁ ବାହାରିଲା ୬ କୋଟିର ନଗଦ କ୍ୟାସ । ଏମିତି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଦାବଣଗେରେ ଜିଲ୍ଲା ଚନ୍ନାଗିରିରେ ।

ଲୋକାୟୁକ୍ତଙ୍କ ଦୁର୍ନୀତି ନିବାରଣ ସଂସ୍ଥା ଭାଜପା ବିଧାୟକ ମଦଳ ବିରୁପକ୍ଷପ୍ପାଙ୍କ ପୁଅ ପ୍ରଶାନ୍ତ ମଦଳଙ୍କ ଘରେ ଛାପା ମାରିଥିଲା । ବିରୁପକ୍ଷପ୍ପା  କର୍ଣ୍ଣାଟକ ସର୍ଫ ଏବଂ ଡିଟରଜେଣ୍ଟ ଲିମିଟେଡର ଅଧ୍ୟକ୍ଷ ଅଟନ୍ତି । ଘରେ ଘରେ ପରିଚିତ ମହିଶୁର ସାଣ୍ଡେଲ ଏହିଠାରୁ ଉତ୍ପାଦନ ହୋଇଥାଏ । ତାଙ୍କର ପୁଅ ପ୍ରଶାନ୍ତ ମଦଳ ଜଳ ଯୋଗାଣ ଏବଂ ସ୍ୱରେଜ ବୋର୍ଡର ଚିଫ ଆାକାଉଣ୍ଟାଣ୍ଟ ଅଛନ୍ତି ।

ଲୋକାୟୁକ୍ତ ଅଧିକାରୀ ଗୁରୁବାର ବିଜେପି ବିଧାୟକ ବିରୁପକ୍ଷପ୍ପାଙ୍କ ପୁଅକୁ ୪୦ ଲକ୍ଷ ଲାଞ୍ଚ ନେଉଥିବାବେଳେ ଧରିଥିଲେ । ଅଧିକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ତାଙ୍କୁ ତାଙ୍କ ବାପାଙ୍କ  କର୍ଣ୍ଣାଟକ ସୋପ ଆଣ୍ଡ ଡିଟର୍ଜେଣ୍ଟ ଲିମିଟେଡ ଅଫିସରୁ ଏହି ଟଙ୍କା ଜବତ ହେବା ସହ ତାଙ୍କୁ ଗିରଫ କରାଯାଇଥିଲା ।  ପ୍ରଶାନ୍ତ ୮୦ ଲକ୍ଷ ଟଙ୍କାର ଲାଞ୍ଚ ମାଗିଥିଲେ । ୪୦ ଲକ୍ଷ ନେଉଥିବାବେଳେ ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲା । ଏହି ଟଙ୍କା ସେ ୩ଟି ବ୍ୟାଗରେ ନେଉଥିଲେ ।

କର୍ଣ୍ଣାଟକ ପ୍ରଶାସନିକ ସେବା ୨୦୦୮ ବ୍ୟାଚର ଅଧିକାରୀ ପ୍ରଶାନ୍ତ ସାବୁନ ଏବଂ ଡିଟରଜେଣ୍ଟ ପାଇଁ ଆବଶ୍ୟକ କଞ୍ଚାମାଲ କିଣିବା ପାଇଁ ଏକ ଡିଲ କରୁଥିଲେ । ଡିଲ ପାଇଁ ଜଣେ ଠିକାଦାରଙ୍କଠାରୁ ସେ ଏହି ଟଙ୍କା ଲାଞ୍ଚ ଆକାରରେ ନେଉଥିଲେ । ଏ ନେଇ ତାଙ୍କ ବିରୋଧରେ ସଂପୃକ୍ତ ଠିକାଦାର ପୂର୍ବରୁ ଲୋକାୟୁକ୍ତରେ ଅଭିଯୋଗ କରିଥିଲେ । ଲୋକାୟୁକ୍ତଙ୍କ ଜଣେ ବରିଷ୍ଠ କର୍ମଚାରୀଙ୍କ କହିବା ଅନୁଯାୟୀ, ପ୍ରଶାନ୍ତ କେଏସଡିଏଲର ଅଧ୍ୟକ୍ଷ ଅର୍ଥାତ ବିଧାୟକ ବିରୁପକ୍ଷପ୍ପାଙ୍କ ତରଫରୁ ପ୍ରଶାନ୍ତ ଏହି ଲାଞ୍ଚ ନେଉଥିଲେ । ଏହି ଲାଞ୍ଚ କାରବାରରେ ଉଭୟେ ପିତା-ପୁତ୍ର ସଂପୃକ୍ତ ।

କେଏସଡିଏଲ କାର୍ଯ୍ୟାଳୟରୁ ୪୦ ଲକ୍ଷ ସମେତ ପୋଲିସ ୧.୭୫ କୋଟି ଟଙ୍କା ଜବତ କରିଛି । ଏହାବ୍ୟତୀତ ପ୍ରଶାନ୍ତଙ୍କ ଘର ଯାଞ୍ଚ ପରେ ସେଠାରୁ ୬ କୋଟି ଟଙ୍କା ଜବତ ହୋଇଥିବା ତଦନ୍ତକାରୀ ଦଳ କହିଛନ୍ତି ।ଟଙ୍କାର ପାହାଡ ଦେଖି ତଦନ୍ତକାରୀ ଦଳ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

 

Leave A Reply

Your email address will not be published.