Latest Odisha News

BREAKING NEWS

T20 ବିଶ୍ୱକପ୍: ପାକିସ୍ତାନକୁ ହରାଇ ଫାଇନାଲରେ ଅଷ୍ଟ୍ରେଲିଆ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଟି-ଟ୍ୱେଣ୍ଟି ବିଶ୍ୱକପର ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମ୍ୟାଚ୍ ଭଳି ଦ୍ୱିତୀୟ ସେମି ଫାଇନାଲରେ ବି ରୋମାଞ୍ଚକର ଲଢ଼େଇ । ଜିତିବା ବାଜି ହାରିଗଲା ପାକିସ୍ତାନ । ୫ ଓ୍ୱିକେଟରେ ବିଜୀୟ ସହ ଫାଇନାଲରେ ପହଞ୍ଚିଛି ଅଷ୍ଟ୍ରେଲିଆ । ଶେଷ ମୁହୂର୍ତ୍ତରେ କଙ୍ଗାରୁ ବାହିନୀ ପାକିସ୍ତାନ ହାତରୁ ମ୍ୟାଚ୍ ଛଡ଼ାଇ ନେଲା । ଅଷ୍ଟ୍ରେଲିଆ ଖେଳାଳି ମାଥ୍ୟୁ ଓ୍ୱେଡ୍ ୧୯ତମ ଓଭରରେ ଲଗାତାର ୩ଟି ଛକା ମାରି ଦଳକୁ ଫାଇନାଲ ଟିକେଟ ଧରାଇଥିଲେ ।

ପାକିସ୍ତାନ-ଅଷ୍ଟ୍ରେଲିଆ ସେମି ଲଢ଼େଇ ପ୍ରଥମ ସେମିରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଭଳି ହୋଇଥିଲା । ଶେଷ ଯାଏ ଭରି ରହିଥିଲା ରୋମାଞ୍ଚ । ଅଷ୍ଟ୍ରେଲିଆକୁ ମ୍ୟାଚ୍ ଜିତିବା ପାଇଁ ୨୪ ବଲରେ ଦରକାର ଥିଲା ୫୦ ରନ୍ । ମ୍ୟାଚ୍ ପାକିସ୍ତାନ ହାତରେ ଥିଲା । କିନ୍ତୁ ସବୁକିଛି ଓଲଟପାଲଟ ହୋଇଗଲା ।

 

View this post on Instagram

 

A post shared by ICC (@icc)

୧୭ତମ ଓଭରରେ ଅଷ୍ଟ୍ରେଲିଆ ୧୩ ରନ୍ ପିଟିଥିଲା । ୧୮ତମ ଓଭରରେ ଆସିଥିଲା ୧୫ ରନ୍ । ଶେଷ ୧୨ ବଲରେ ଜିତିବାକୁ ଆବଶ୍ୟକ ଥିଲା ୨୨ ରନ୍ । ୧୯ତମ ଓଭରର ତୃତୀୟ ବଲରେ ମାଥ୍ୟୁ ଓ୍ୱାଡେଙ୍କ କ୍ୟାଚ୍ ହାତଛଡ଼ା କରିଥିଲେ ହସନ୍ ଅଲ୍ଲୀ । ତାପରେ ମାଥ୍ୟୁ ଓ୍ୱାଡେ ମ୍ୟାଚ୍ ଓ ଫାଇନାଲ୍ ଟିକେଟ୍ ଉଭୟ ଅଷ୍ଟ୍ରେଲିଆ ହାତରୁ ଛଡ଼ାଇ ନେଇଥିଲେ । ଲଗାତାର ୩ଟି ଛକା ମାରି ନିଜ ଟିମକୁ ବିଜୟ ଭେଟି ଦେଇଥିଲେ ।
ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୭୬ ରନର ବଡ଼ ସ୍କୋର କରିଥିଲା । ଅଷ୍ଟ୍ରେଲିଆ ଆଗରେ ମ୍ୟାଚ୍ ଜିତିବା ଏତେ ସହଜ ବି ନଥିଲା । ପାକିସ୍କାନ ପକ୍ଷରୁ ମହମ୍ମଦ ରିଜୁଓ୍ୱାନ ୬୭ ଓ ଫକର ଜମାନ ୫୫ ରନ୍ କରିଥିଲେ । ଜବାବରେ ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ଡେଭିଡ୍ ଓ୍ୱାର୍ଣ୍ଣର ବିସ୍ଫୋରକ ୪୯ ରନ୍ ପିଟିଥିଲେ ।

କିନ୍ତୁ ମିଡିଲ ଅର୍ଡରରେ ମାର୍କସ ଷ୍ଟୋଇନିସ୍ (୪୦ରନ୍) ଓ ମାଥ୍ୟୁ ଓ୍ୱାଡେ(୪୧ରନ୍) ଯୋଡ଼ି ଅଷ୍ଟ୍ରେଲିଆ ପାଇଁ ବିଜୟୀ ଇନିଂସ ଖେଳିଥିଲେ । ଆସନ୍ତା ୧୪ ତାରିଖରେ ଫାଇନାଲ୍ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ଭେଟିବ ଅଷ୍ଟ୍ରେଲିଆ । ବର୍ତ୍ତମାନ ସୁଦ୍ଧା ଉଭୟ ଦଳ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିପାରି ନାହାନ୍ତି ।

Leave A Reply

Your email address will not be published.