Latest Odisha News

BREAKING NEWS

ପବିତ୍ର ଅଁଳା ନବମୀ: ଶ୍ରୀରାଧାପାଦ ଦର୍ଶନରୁ ବଞ୍ଚିତ ଭକ୍ତ

ସାକ୍ଷୀଗୋପାଳ: ଆଜି ପବିତ୍ର ଅଁଳା ନବମୀ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ କରାଯାଇଥାଏ । ତେବେ ଚଳିତବର୍ଷ କରୋନା କଟକଣା ଯୋଗୁ ରାଧାପାଦ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ । ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିରର ୨୦୦ ମିଟର ବ୍ୟାସାର୍ଦ୍ଧ ଭିତରେ ପ୍ରଶାସନ ୧୪୪ ଧାରା ଜାରି କରିଛି । ଆଜି ଭୋଟ ୪ଟାରୁ ରାତି ୧୧ଟା ଯାଏ କଟକଣା ରହିବ ।

ବର୍ଷକରେ ଗୋଟିଏ ଦିନ ଅଁଳା ନବମୀରେ ମା’ଙ୍କର ପାଦ ଦର୍ଶନର ସୁଯୋଗ ପାଇ ଥାଆନ୍ତି ଭକ୍ତ । ଏଥିପାଇଁ ସାକ୍ଷୀଗୋପାଳ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ଏହିଦିନ ଶ୍ରୀଶ୍ରୀ ରାଧାରାଣୀ ଉତ୍ତର ଭାରତୀୟ ବେଷଭୂଷା ପରିଧାନ କରିଥାଆନ୍ତି ।

ଆଜି ଗୋଟିଏ ଦିନ ଓଡ଼ିଆଣୀ ବେଶରେ ଦର୍ଶନ ଦେଇ ଥାଆନ୍ତି ଶ୍ରୀଶ୍ରୀ ରାଧାରାଣୀ । ଠାକୁରାଣୀଙ୍କ ପିନ୍ଧା ବସନ ପାଦପଦ୍ମ ଉପରକୁ ଉଠି ରହିଥାଏ । ଫଳରେ ଭକ୍ତ ଶ୍ରୀଶ୍ରୀ ରାଧାରାଣୀଙ୍କ ପଦ୍ମପାଦ ଦର୍ଶନ କରିବାର ସୁଯୋଗ ପାଇଥାଆନ୍ତି । ଏବର୍ଷ କରୋନା କଟକଣା ଯୋଗୁ ଦର୍ଶନ ଉପରେ ଲାଗିଛି ରୋକ ।

Leave A Reply

Your email address will not be published.