Latest Odisha News

BREAKING NEWS

ଓଡ଼ିଶାରେ କଂଗ୍ରେସର ୬ ଘଣ୍ଟିଆ ହରତାଳ ପାଳନ

ଭୁବନେଶ୍ୱର: ଆଜି ଓଡ଼ିଶା ବନ୍ଦ ପାଳନ କରୁଛି କଂଗ୍ରେସ । ସକାଳ ୬ଟାରୁ ରାଜ୍ୟବ୍ୟାପୀ ୬ ଘଣ୍ଟିଆ ହରତାଳ କରିଛି ଦଳ । ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ କଂଗ୍ରେସ ଏହି ହରତାଳ କରୁଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବନ୍ହଦ ପାଳନ କରୁଛି କଂଗ୍ରେସ ।

ବନ୍ଦ ପାଳନରେ ଲୋକଙ୍କୁ ସ୍ୱତଃ ପ୍ରବୃତ ଭାବରେ ସାମିଲ ହେବାକୁ ଦଳ ଅନୁରୋଧ କରୁଛି । କାହାରିକୁ ଜୋର ଜବରଦସ୍ତି ଏଥିରେ ସାମିଲ କରାଯିବ ନାହିଁ । ଜବରଦସ୍ତି ଅଖ ଚକ ବନ୍ଦ କରିପାରିବେ ନାହିଁ ଆନ୍ଦୋଳନକାରୀ । ଗାଡ଼ି ମୋଟର କି ଟ୍ରେନ ଚଳାଚଳକୁ ରୋକି ପାରିବେ ନାହିଁ । ବନ୍ଦ କରିପାରିବେ ନାହିଁ ଦୋକାନବଜାର ।

ମମିତାଙ୍କୁ ନ୍ୟାୟ ପ୍ରଦାନ ଓ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରୁଛି କଂଗ୍ରେସ । ବନ୍ଦ ପାଳନ ବେଳେ ଜନଜୀବନ ଯେଭଳି ପ୍ରଭାବିତ ନହେବେ ସେଥିପ୍ରତି ଦୃଷ୍ଟି ଦେଇଛି ପୋଲିସ ପ୍ରଶାସନ । ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.