ଓଡ଼ିଶା ସମ୍ବାଦ ବ୍ୟୁରୋ : ପର୍ଯ୍ୟଟକଙ୍କ ଟିକାକରଣ ସମ୍ବଦ୍ଧୀୟ ଅନୁମୋଦିତ ଟିକା ତାଲିକାରେ ଅଷ୍ଟ୍ରେଲିଆ ସରକାର ଭାରତ ବାୟୋଟେକରେ କୋଭିଡ୍ ୧୯ ଟିକା କୋଭାକ୍ସିନକୁ ଅନ୍ତର୍ଭୁକ୍ତ କରିଛନ୍ତି । ତେଣୁ କୋଭାକ୍ସିନ ନେଇ ଭାରତୀୟମାନେ ଏବେ ଅଷ୍ଟ୍ରେଲିଆ ଯାଇପାରିବେ।ଏନେଇ ଅନୁମତି ମିଳିଛି । ଗତ ମାସରେ ଭ୍ରମଣ ଉଦ୍ଦେଶ୍ୟରେ ଅଷ୍ଟ୍ରେଲିଆ ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ର ‘କୋଭାକ୍ସିନ୍’କୁ ଅନୁମୋଦନ ଦେଇଥିଲା। ଅଷ୍ଟ୍ରେଲୀୟ ‘ଫାର୍ମା ରେଗୁଲେଟର୍’ ‘ଦି ଥେରାପ୍ୟୁଟିକ୍ ଗୁଡ୍ସ୍ ଆଡ୍ମିନିଷ୍ଟ୍ରେସନ୍’ (ଟିଜିଏ) ଉକ୍ତ ତାଲିକାରେ ‘ସାଇନୋଫାର୍ମ’ର ‘ବିବିଆଇବିପି-କୋର୍ଭଭି’ ଅନ୍ତର୍ଭୁକ୍ତ କରିଛି। ‘କୋଭିସିଲ୍ଡ୍’ ନେଇଥିବା ୧୨ ବର୍ଷରୁ ଊର୍ଦ୍ଧ୍ୱ ଏବଂ ନେଇଥିବା ବିବିଆଇବିପି-କୋର୍ଭଭି ୧୮ ରୁ ୬୦ ବର୍ଷ ବୟସ୍କମାନଙ୍କୁ ଅଷ୍ଟ୍ରେଲିଆ ଭ୍ରମଣ ପାଇଁ ଅନୁମତି ମିଳିବ।
Comments are closed.