Latest Odisha News

BREAKING NEWS

ହାପି ବର୍ଥ ଡେ’ ଐଶର୍ଯ୍ୟା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଐଶର୍ଯ୍ୟା ରାୟ ବଚ୍ଚନଙ୍କ ଆଜି ଜନ୍ମଦିନ। ଆଜି ସେ ତାଙ୍କ ୪୮ତମ ଜନ୍ମଦିନ ପାଳନ କରୁଛନ୍ତି। ମିସ୍ ୱାର୍ଲ୍ଡ ହେବାଠାରୁ ଆରମ୍ଭ କରି ବଲିଉଡ଼ରେ ଅଭିନୟର ଯାଦୁରେ ସମସ୍ତଙ୍କ ମନ ଜିଣିପାରିଥିଲେ। ନିଜ ଅଭିନୟ ସହ ସୌନ୍ଦର୍ଯ୍ୟ ଓ ନୀଳ ନୟନ ପାଇଁ ସେ ବେଶି ଲୋକପ୍ରିୟ। ୧୯୭୩ ମସିହା ନଭେମ୍ବର ୧ତାରିଖରେ ମେଙ୍ଗଲୁର, କର୍ଣ୍ଣାଟକରେ ସେ ଜନ୍ମ ଗ୍ରହଣ କରିଥିଲେ। ଐଶର୍ଯ୍ୟାଙ୍କ ପିତାଙ୍କ ନାଁ କୃଷ୍ଣରାଜ ରାୟ ସେନା ଅଧିକାରୀ ଥିଲେ। ମାତା ବୃନ୍ଦା ରାୟ ଲେଖିକା ଥିଲେ। ଐଶର୍ଯ୍ୟା ରାୟଙ୍କ ପ୍ରାରମ୍ଭିକ ଶିକ୍ଷା ହାଇଦ୍ରାବାଦ, ଆନ୍ଧ୍ରପ୍ରଦେଶରେ ହୋଇଛି। ପରେ ସେ ମୁମ୍ବାଇକୁ ଚାଲିଆସିଥିଲେ।

ଛୋଟବେଳୁ ନୃତ୍ୟ ପ୍ରତି ତାଙ୍କର ଦୁର୍ବଳତା ଥିଲା। ଯାହା ଦିନେ ତାଙ୍କୁ ବଲିଉଡ଼ ଜଗତକୁ ଆଣିବାକୁ ସହାୟକ ହୋଇଥିଲା। ପାଠପଢ଼ିବା ସମୟରୁ ହିଁ ତାଙ୍କୁ ମଡ଼େଲିଂ ପାଇଁ ଅଫର ଆସିଥିଲା। ୧୯୯୪ମସିହାରେ ଐଶର୍ଯ୍ୟା ରାୟ ମିସ୍ ଇଣ୍ଡିଆ ପରେ ମିସ୍ ୱାର୍ଲଡ଼ ମୁକୁଟ ପିନ୍ଧି ବିଶ୍ୱସୁନ୍ଦରୀର ମର୍ଯ୍ୟାଦା ଜିଣିଥିଲେ। ୧୯୯୭ରେ ତାମିଲ ଫିଲ୍ମ ‘ଇରୁଭାର’ରେ ଐଶର୍ଯ୍ୟ ଡ଼େବ୍ୟୁ କରିଥିଲେ। ‘ହମ୍ ଦିଲ ଦେ ଚୁକେ ସନମ’, ‘ତାଲ’, ‘ଜୋଶ’, ‘ହମାରେ ଦିଲ୍ ଆପକେ ପାସ୍ ହୈ’, ‘ଢ଼ାଇ ଅକ୍ଷର ପ୍ରେମ୍’, ‘ମହବତେଁ’ ଭଳି ଫିଲ୍ମରେ ଅଭିନୟର ଯାଦୁ ଦେଖାଇଥିଲେ ଐଶର୍ଯ୍ୟା। ୨୦୦୨ରେ ଦେବଦାସ ଫିଲ୍ମ ଜରିଆରେ ଐଶର୍ଯ୍ୟା ଅନ୍ତର୍ଜାତୀୟ ସ୍ତରରେ ସମସ୍ତଙ୍କ ନଜରକୁ ଆସିଥିଲେ।

ଏହାପରେ ଗୋଟିଏ ପରେ ଗୋଟିଏ ଫିଲ୍ମରେ ଅଭିନୟ ଅନେକ ପୁରସ୍କାର ସାଉଁଟିଛନ୍ତି। ଏହାସହ ସେ ବିଭିନ୍ନ ଭାଷାଭାଷୀର ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ୨୦୦୭ରେ ଐଶର୍ଯ୍ୟା ଅଭିନେତା ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ। ଅଭିନେତ୍ରୀ ସହ ବଚ୍ଚନ ପରିବାରର ବୋହୂଭାବେ ସେ ଚର୍ଚ୍ଚାର ରହିଆସିଛନ୍ତି। ଐଶର୍ଯ୍ୟା ଗୋଟିଏ ସନ୍ତାନର ମା’। ତାଙ୍କ ଝିଅ ନା ହେଉଛି ଆରାଧ୍ୟା ବଚ୍ଚନ।

Leave A Reply

Your email address will not be published.