Latest Odisha News

BREAKING NEWS

ମୟୂରଭଞ୍ଜରେ ପୋଲିସ ସହିଦ ଦିବସ ପାଳିତ

ମୟୂରଭଞ୍ଜ : ଆଜି ପୋଲିସ ସହିଦ ଦିବସ । ୬୨ ତମ ଓଡ଼ିଶା ପୋଲିସ ସହିଦ ଦିବସ ମୟୂରଭଞ୍ଜ ଜିଲ୍ଲା ପୋଲିସ ପକ୍ଷରୁ ସ୍ଥାନୀୟ ରିଜର୍ଭ ପୋଲିସ ପଡ଼ିଆଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍କୃତି ପ୍ୟାରେଡ ସମାରୋହର ଆୟୋଜନ ହୋଇଥିବା ବେଳେ ସହିଦଙ୍କ ଅମର ଆତ୍ମାର ସତଗତି ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ।

ମୟୁରଭଞ୍ଜ ଏସ୍‌ପି ଋଷିକେଶ ଜାନଦେଓ ଖିଲାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସହିଦ ଦିବସରେ ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜ ଯୋଗଦେଇ ସହିଦ ସ୍ତମ୍ଭରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ଚଳିତ ବର୍ଷ ସମସ୍ତ ସହିଦ ମାନଙ୍କ ନାମ ତାଲିକା ଘୋଷଣ କରିଥିଲେ ଏସ୍‌ପି । ଏହି କାର୍ଯ୍ୟକ୍ରମରେ ମରୋଡା ବିଧାୟକ ରାଜକିଶୋର ଦାସ ଜିଲ୍ଲାର ବିଭିନ୍ନ ପଦାଧିକାରୀ ଓ ଗଣ୍ୟମାନ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.