Latest Odisha News

୨୪ ବର୍ଷ ପରେ ପାକିସ୍ତାନ ଗସ୍ତରେ ଯିବ ଅଷ୍ଟ୍ରେଲିଆ କ୍ରିକେଟ ଟିମ

ଲାହୋର: ଦୀର୍ଘ ୨୪ ବର୍ଷ ପରେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ପାକିସ୍ତାନ ଗସ୍ତରେ ଯିବ । ସୋମବାର ପାକିସ୍ତାନ କ୍ରିକେଟ ବୋର୍ଡ ଏ ନେଇ ସୂଚନା ଦେଇଛି । ଏଠାରେ ଅଷ୍ଟ୍ରେଲିଆ ୩ଟି ଟେଷ୍ଟ, ୩ଟି ଏକ ଦିବସୀୟ ଓ ୩ଟି ଟି୨୦ ମ୍ୟାଚ ଖେଳିବ । ୩ ମାର୍ଚ୍ଚରୁ ଏହି ସିରିଜ ଆରମ୍ଭ ହେବ । ପିସିବି ଚେୟାରମ୍ୟାନ ଅଧ୍ୟକ୍ଷ ରମିଜ ରାଜା ଏହି ଗସ୍ତ ନେଇ ଖୁସି ବ୍ୟକ୍ତ କରିଛନ୍ତି । ୩ଟି ଯାକ ଟେଷ୍ଟ କରାଚୀ, ରାୱଲପିଣ୍ଡି ଓ ଲାହୋରରେ ଖେଳଯିବ । ଏହା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଅଂଶବିଶେଷ ହେବ ।

ସେହିପରି ଦିନିକିଆ ଏବଂ ଟି୨୦ ମ୍ୟାଚ ଲାହୋରରେ ହେବ । ପାକିସ୍ତାନ ଦିନିକିଆ ସିରିଜ ମାଧ୍ୟମରେ ବିଶ୍ୱକପ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିବା ନିମନ୍ତେ ଉଦ୍ୟମ କରିବ ।

Leave A Reply

Your email address will not be published.