Latest Odisha News

BREAKING NEWS

ବଜାରରେ ବୁଲିଲା ଜଗା

ବାପାଙ୍କ ସହ ବଜାର ବୁଲିଛି ବହୁଚର୍ଚ୍ଚିତ ଯୋଡ଼ା ମୁଣ୍ଡ ଶିଶୁ ଜଗା । ଧିରେ ଧିରେ ସୁସ୍ଥ ହେବା ପରେ ଆଜି ବାପାଙ୍କ ସହ ଫୁଲବାଣୀ ବଜାରରେ ବୁଲିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିବା ପରେ ମାର୍କେଟ ବୁଲିଥିଲା ଜଗା । ଗୋପବନ୍ଧୁ ଛକରୁ ଚାଲି ଚାଲି ବଜାରର ବିଭିନ୍ନ ଛକରେ ଖାଦ୍ୟ ବି ଖାଇଥିଲା ।

ଡାକ୍ତରଙ୍କ ଦ୍ୱାରା ଲଗା ଯାଇଥିବା ହେଲମେଟ୍ ମୁଣ୍ଡରେ ପିନ୍ଧି, ବାପାଙ୍କ ସହ ବୁଲିଛି । ୨୦୧୭ରେ ଜଗା କାଳିଆ ପରସ୍ପରଙ୍କ ମୁଣ୍ଡ ଅଲଗା ହୋଇଥିଲା । ପରେ ଏସ୍‌ସିବି ମେଡିକାଲ୍‌କୁ ସ୍ଥାନାନ୍ତର ହୋଇଥିଲେ ଦୁଇ ଭାଇ । ଗତବର୍ଷ ନଭେମ୍ବର ୨୫ ତାରିଖରେ କାଳିଆର ଦେହାନ୍ତ ହୋଇଥିଲା । ଏହାର କିଛି ଦିନ ପରେ ଜଗା ଫୁଲବାଣୀକୁ ଫେରିଥିଲା ।

୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲୁପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍‌ସରେ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି କରାଯାଇଥିଲା। ଅପରେଶନ ପାଇଁ ଗଠନ କରାଯାଇଥିଲା ଅଭିଜ୍ଞ ଡାକ୍ତରୀ ଟିମ୍ ।

Leave A Reply

Your email address will not be published.