Latest Odisha News

ସିଡନୀ ଦିନିକିଆ: ଆଉ କିଛି ସମୟ ପରେ ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ

ସିଡ୍‌ନୀ: ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଓ୍ୱାନେ ଡେ ସିରିଜ । ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ସଡନୀରେ ଭାରତୀୟ ସମୟ ସକାଳ ସାଢ଼େ ୯ଟାରେ ଖେଳାଯିବ । ଟସ୍ ଜିତି କଙ୍ଗାରୁ ବାହିନୀ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । କରୋନା ସଂକ୍ରମଣ ପରେ ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟ୍‌ ଦଳ ଦ୍ୱିପାକ୍ଷିକ ସିରିଜ ଖେଳିବାକୁ ମୈଦନାକୁ ଓହ୍ଲାଇବ । ଷ୍ଟାଡିୟମ୍‌ର ଆସନ ସଂଖ୍ୟାର ୫୦ ପ୍ରତିଶତ ଦର୍ଶକ ମ୍ୟାଚ୍ ଦେଖିବାକୁ ଆସିବେ ।

ବିଜୟରୁ ଦିନିକିଆ ସିରିଜ୍ ଆରମ୍ଭ କରିବାକୁ ଚାହିଁଛନ୍ତି ଉଭୟ ଦଳ । ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ବିନା ଭାରତ ଦିନିକିଆ ମ୍ୟାଚ ଖେଳିବ । ତାଙ୍କ ସ୍ଥାନରେ ଆଜି ଶିଖର ଧଓ୍ୱନଙ୍କ ସହ ଇନିଂସ ଓପନ କରିବେ ମୟଙ୍କ ଅଗ୍ରଓ୍ୱାଲ୍ । ଏମାନଙ୍କ ସହ ବ୍ୟାଟିଂ ଅର୍ଡର ସମ୍ଭାଳିବେ ଅଧିନାୟକ ବିରାଟ କୋହଲି କୋହଲି, କେ. ଏଲ୍‌. ରାହୁଲ, ଶ୍ରେୟସ ଆୟାର, ଓ ହାର୍ଦିକ ପାଣ୍ଡ୍ୟା ।

ଫାଷ୍ଟ ବୋଲର ଭାବରେ ଯଶପ୍ରୀତ ବୁମରାହ ଓ ମହମ୍ମଦ ସାମି ଖେଳିବେ । ତୃତୀୟ ବୋଲର ଭାବରେ ନଭଦୀପ ସାଇନିଙ୍କୁ ଚୂଡ଼ାନ୍ତ ଏଦାଶରେ ସ୍ଥାନ ମିଳିଛି । ସ୍ପିନର ଭାବରେ ରବୀନ୍ଦ୍ର ଜାଡ଼େଜା ଓ ଯୁଜବେନ୍ଦର ଚହଲ ଖେଳିବେ ।

ସିଡ୍‌ନୀ ଗ୍ରାଉଣ୍ଡରେ ଭାରତ-ଅଷ୍ଟ୍ରେଲିଆ ୧୪ଟି ଦିନିକିଆ ଖେଳିଥିବା ବେଳେ ଭାରତ ଜିତିଛି ମାତ୍ର ୨ଟି । ଅଷ୍ଟ୍ରେଲିଆ ମାଟିରେ ଭାରତ ଶେଷ ୪ଟି ଦିନିକିଆରୁ ୩ଟି ଜିତିଛି । ଉଭୟ ବୋଲିଂ ଓ ବ୍ୟାଟିଂରେ ଦଳ ବରାବର ସ୍ଥିତିରେ ଅଛନ୍ତି । ତେବେ ଘରୋଇ ପିଚରେ ଖେଳଥିବାରୁ କଙ୍ଗାରୁ ବାହିନୀକୁ ଟିକେ ଅଧିକ ଫାଇଦା ମିଳିପାରେ । ଭାରତ ଏହି ସିରିଜ୍‌ରେ ୧୯୯୨ ବିଶ୍ୱକପ୍‌ର ଗାଢ଼ ନୀଳ ଜର୍ସି ପିନ୍ଧି ଖେଳିବ ।

Leave A Reply

Your email address will not be published.