Latest Odisha News

BREAKING NEWS

ବୀର ବେଶରେ ମହାପ୍ରଭୁ: ବାଲିରେ ଶୋଭାପାଉଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ନାଗାର୍ଜୁନ ବେଶ

ପୁରୀ: କରୋନା ଏଥର ଭକ୍ତ ଓ ଭଗବାନଙ୍କ ଭିତରେ ଲକ୍ଷ୍ମଣଗାର ଟାଣିଲା । ଶ୍ରୀଜିଉଙ୍କର ଦୁର୍ଳଭ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହେଲେ ଶ୍ରଦ୍ଧାଳୁ । କିନ୍ତୁ ବାଲିରେ ମହାପ୍ରଭୁଙ୍କ ଏହି ବୀର ବେଶକୁ ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଶ୍ରୀଜିଉମାନଙ୍କର ଦୁର୍ଳଭ ନାଗାର୍ଜୁନ ବେଶକୁ ବାଲିରେ ନିର୍ମାଣ କରିଛନ୍ତି ।

ବାଲିରେ ଶୋଭା ପାଉଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ନାଗାର୍ଜୁନ ବେଶ । ବଡ଼ଦେଉଳରେ ଭକ୍ତ ସିନା ମହାପ୍ରଭୁଙ୍କ ଏହି ବେଶ ଦେଖି ପାରିଲେ ନାହିଁ । କିନ୍ତୁ ବେଳାଭୂମି ଛାତି ଉପରେ ବାଲିରେ ନିର୍ମିତ ନାଗାର୍ଜୁନ ବେଶ କଳାକୃତିକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଛି ।

Leave A Reply

Your email address will not be published.