Latest Odisha News

BREAKING NEWS

ହାସ୍ୟ ଅଭିନେତା ବିଶ୍ୱ କଲ୍ୟାଣଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭିନେତ୍ରୀ ସୁଲଗ୍ନା

ନୂଆଦିଲ୍ଲୀ: ଫିଲ୍ମ ‘ମର୍ଡର ୨’ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅଭିନେତ୍ରୀ ସୁଲଗ୍ନା ପାଣିଗ୍ରାହୀ ଲୋକପ୍ରିୟ ୟୁଟ୍ୟୁବର୍ ବିଶ୍ୱ କଲ୍ୟାଣ ରଥଙ୍କୁ ବିବାହ କରିଛନ୍ତି। ସେ ତାଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏଥିରେ ଦୁହେଁ ବହୁତ ଖୁସି ଥିବା ଜଣାପଡ଼ିଛି। ସେ ‘ଅମ୍ବର ଧରା’ ଏବଂ ‘ସପନା ବାବୁଲ କା .. ବିଦାଇ’ ଭଳି ଶୋ’ରେ ଚମତ୍କାର ଅଭିନୟ କରିଛନ୍ତି। ଏହା ବ୍ୟତୀତ ସେ ‘ମର୍ଡର ୨’ ଏବଂ ‘ରେଡ’ ଭଳି ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ସେ ବର୍ତ୍ତମାନ ୟୁଟ୍ୟୁବର୍ ଏବଂ ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା ବିଶ୍ୱ କଲ୍ୟାଣ ରଥଙ୍କୁ ବିବାହ କରିଛନ୍ତି।

କରୋନା ମହାମାରୀ ସମୟରେ ସେମାନେ ୯ ଡିସେମ୍ବର ୨୦୨୦ ରେ ବିବାହ କରିଥିଲେ କିନ୍ତୁ ଦୁହେଁ ବିବାହ ଘୋଷଣା କରିବାର କିଛି ସମୟ ପୂର୍ବରୁ ସେମାନେ ସୋସିଆଲ ମିଡିଆରେ ବିବାହ ଫଟୋ ସେୟାର କରିଛନ୍ତି। ସୁଲଗ୍ନା ପାଣିଗ୍ରାହୀ ଇନଷ୍ଟାଗ୍ରାମରେ ତାଙ୍କ ବିବାହର ୨ ଟି ଫଟୋ ସେୟାର କରିଛନ୍ତି। ସୋସିଆଲ୍‌ ମିଡିଆରେ ଫଟୋ ଭାଇରାଲ୍‌ ହେବା‌ ପରେ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Leave A Reply

Your email address will not be published.