Latest Odisha News

BREAKING NEWS

ଆସନ୍ତୁ ଜାଣିବା ଜନ୍ମ ହେଉ ହେଉ କିଏ ବାପାମାଆଙ୍କୁ କରିଦେଲା ଲକ୍ଷପତି

ସିଡନୀ:ଭଗବାନ ଯାହାକୁ ଦେବା ପାଇଁ ଚାହିଁବେ ତାକୁ କେହି ରୋକିପାରିବେ ନାହିଁ । ତାହା ପୁଣି କେଉଁ ବାଟରେ ଆସିବ ପୂର୍ବାନୁମାନ କରିବା କଷ୍ଟ । ଏ ଭଳି ଏକ ଘଟଣା ଘଟିଛି ସିଡନୀରେ । ସେଠାରେ ଜଣେ ନବଜାତ ଶିଶୁ ଜନ୍ମ ହେଉ ହେଉ ପରିବାରକୁ ୧୦,୦୦୦ ଡଲାରର ନଗଦ ପୁରସ୍କାର ଜିତାଇ ଲକ୍ଷପତି କରାଇ ଦେଇଛି ।

ଘଟଣାଟି ଏହିପରି.. ଅଷ୍ଟ୍ରେଲିଆର ଡୋମିନଜ ୬୦ ବର୍ଷ ପୂର୍ତି ଅବସରରେ ଏକ ଅନଲାଇନ ପ୍ରତିଯୋଗିତା ରଖିଥିଲା । ୯ ଡିସେମ୍ବରରେ ଜନ୍ମ ଗ୍ରହଣ କରିଥିବା ଶିଶୁର ନାମ ଯେଉଁ ଦମ୍ପତି ଡୋମିନିକ କିମ୍ବା ଡୋମିନିକ୍ୟୁ ରଖିବେ ସେମାନଙ୍କୁ ୬୦ ବର୍ଷର ମାଗଣା ପିଜା କିମ୍ବା ଏହା ମୂଲ୍ୟର ପୁରସ୍କାର ରାଶି ପ୍ରଦାନ କରାଯିବ । ସିଡନୀର ରୟାଲ ପ୍ରିନ୍ସ ଏଲଫ୍ରେଡ ଡାକ୍ତରଖାନାରେ ଉପରୋକ୍ତ ଶିଶୁଟି ଜନ୍ମ ହୋଇଥିଲା । ବାପାମାଆମାନେ ଏହାର ନାମ ଡୋମିନିକ ରଖିଥିଲେ । ଉକ୍ତ ଏ ଭଳି ନାମ କେହି ଦେଇ ନ ଥିବାରୁ ସେମାନେ ପୁରସ୍କାରର ହକଦାର ହୋଇଥିଲେ ।

Leave A Reply

Your email address will not be published.