Latest Odisha News

BREAKING NEWS

ସକାଳେ ସିମେଣ୍ଟ ସନ୍ଧ୍ୟାରେ ନକଲି ସସ୍ କାରଖାନା ଉପରେ ଚଢଉ

କଟକ : ନକଲି କାରଖାନାର ହବ ପାଲଟିଛି କଟକ ସହର । ଗତ କିଛି ଦିନ ହେଲା କେତେବେଳେ ହଦଳିଗୁଣ୍ଡ ତ ପୁଣି କେବେ ସୋୟା ବଡ଼ି, ନକଲି ଘିଅ ଆଉ ଟମାଟୋ ସସ୍ । ଏପରିକି ଆଜି ସକାଳେ ନକଲି ସିମେଣ୍ଟ କାରଖାନା ଠାବ ହୋଇଥିଲା । ଆଉ ସନ୍ଧ୍ୟାରେ ମଧୁପାଟଣା ଅଞ୍ଚଳରେ ନକଲି ସସ୍ ତିଆରି କାରଖାନା ଉପରେ ଚଢ଼ାଉ କରିଛି ପୋଲିସ ।

ଆଜି ପୋଲିସ ନକଲି ସସ୍ ତିଆରି କମ୍ପାନୀ ନେଇ ଖବର ପାଇବା ପରେ ଚଢଉ କରିଥିଲା । ଚଢଉ ବେଳେ କଞ୍ଚାମାଲ ଓ ସସ୍ ତିଆରି ମେସିନ ଜବତ କରିଛି ପୋଲିସ । ନକଲି ସସ୍ ପ୍ରସ୍ତୁତ ପରେ ଏହାକୁ ବିଭିନ୍ନ ବ୍ରାଣ୍ଡ ନାମରେ ପ୍ୟ।କେଜିଂ କରି ବିକ୍ରି କରାଯାଉଥିବା ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.