Latest Odisha News

BREAKING NEWS

ଅଷ୍ଟ୍ରେଲିଆନ ଓପନ ବ୍ୟାଡମିଂଟନ: ଫାଇନାଲରେ ପ୍ରଣୟ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ଏଚଏସ ପ୍ରଣୟ ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । ଶନିବାର ସଂଘର୍ଷପୂର୍ଣ୍ଣ ସେମିଫାଇନାଲରେ ସେ ନିଜ ଦେଶର ପ୍ରିୟାଂଶୁ ରାଜାୱତଙ୍କୁ ୨୧-୧୮ ଓ ୨୧-୧୨ରେ ହରାଇଥିଲେ । ଫାଇନାଲରେ ପ୍ରଣୟ ଚୀନର ୱେଙ୍ଗ ହୋଙ୍ଗୟାଙ୍ଗଙ୍କୁ ଭେଟିବେ । ହୋଙ୍ଗ ଅନ୍ୟ ଏକ ସେମିଫାଇନାଲରେ ମାଲେସିଆର ଲି ଜି ଜିୟାଙ୍କୁ ୨୧-୧୯, ୧୩-୨୧ ଓ ୨୧-୧୩ରେ ପରାସ୍ତ କରିଥିଲେ । ପ୍ରିୟାଂଶୁ କ୍ୱାର୍ଟର ଫାଇନାଲରେ କିଦାମ୍ବି ଶ୍ରୀକାନ୍ତଙ୍କୁ ୨୧-୧୩ ଓ ୨୧-୮ରେ ହରାଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ ।

ଚଳିତ ବର୍ଷ ପ୍ରଣୟ ଦ୍ୱିତୀୟ ଟାଇଟଲ ହାସଲ ଲକ୍ଷ୍ୟରେ ଓହ୍ଲାଇବେ । ଏହା ପୂର୍ବରୁ ମାଲେସିଆ ମାଷ୍ଟର୍ସରେ ସେ ଚୀନର ୱେଙ୍ଗ ହୋଙ୍ଗୟୋଙ୍ଗଙ୍କୁ ୨୧-୧୯, ୧୩-୨୧ ଓ ୨୧-୧୮ରେ ପରାସ୍ତ କରି ଟାଇଟଲ ହାସଲ କରିଥିଲେ । ପୂନର୍ବାର ଅଷ୍ଟ୍ରେଲିଆ ଓପନ ଫାଇନାଲରେ ୱେଙ୍ଗଙ୍କୁ ଭେଟିବାକୁ ଯାଉଥିବାରୁ ମ୍ୟାଚ ରୋମାଂଚକ ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.