Latest Odisha News

BREAKING NEWS

୨୦୧୯ ବିଶ୍ୱକପ: ଶେଷରେ ଇଂଲଣ୍ଡ ଜିତିଲା ଟ୍ରଫି..

ଲଣ୍ଡନ: ୨୦୧୯ ବିଶ୍ୱକପ ଇଂଲଣ୍ଡ ଓ ୱେଲ୍ସରେ ଆୟୋଜିତ ହୋଇଥିଲା । ଏଥର ଟିମ ସଂଖ୍ୟା ୧୪ ବଦଳରେ ୧୦ କରାଯାଇ ରାଉଣ୍ଡ ରବିନ ଲିଗ ଫର୍ମାଟରେ ଖେଳା ଯାଇଥିଲା । ଶ୍ରେଷ୍ଟ ୪ଟି ଟିମ ସିଧାସଳଖ ସେମି ଫାଇନାଲ ଖେଳିଥିଲେ । ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆକୁ ପରାସ୍ତ କରି ଇଂଲଣ୍ଡ…

୨୦୧୫ ବିଶ୍ୱକପ: ପ୍ରଭାବୀ ପ୍ରଦର୍ଶନ ସତ୍ୱେ ସେମିରୁ ଭାରତ ବିଦା

୨୦୧୧ ବିଶ୍ୱକପ କ୍ରିକେଟରେ ଭାରତ ବିଜୟୀ ହେବା ପରେ ପ୍ରଶଂସକଙ୍କ ନଜର ୨୦୧୫ ବିଶ୍ୱକପରେ ରହିଥିଲା । ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଏହି ବିଶ୍ୱକପ ଆୟୋଜିତ ହୋଇଥିଲା । ଭାରତ ପ୍ରଭାବୀ ପ୍ରଦର୍ଶନ କରିଥିଲେ ମଧ୍ୟ ସେମିଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରି ଯାଇଥିଲା । ଫାଇନାଲରେ ନ୍ୟୁଜିଲାଣ୍ଡକୁ…

୨୦୧୧ରେ ଭାରତ ହୋଇଥିଲା ପୁନର୍ବାର ବିଶ୍ୱବିଜେତା.. ୧୨ ବର୍ଷ ପରେ ହାତମୁଠାରେ ସୁଯୋଗ

୨୦୧୧ କ୍ରିକେଟ ବିଶ୍ୱକପକୁ କିଏ ବା ଭୁଲିପାରିବ । ଦୀର୍ଘ ୨୮ ବର୍ଷ ପରେ ଭାରତ ପୁନର୍ବାର ବିଶ୍ୱବିଜେତା ହେବାର ସୌଭାଗ୍ୟ ଅର୍ଜନ କରିଥିଲା । ମାଷ୍ଟର ବ୍ଲାଷ୍ଟରଙ୍କୁ ମିଳିଥିବା ଅଭୂଲା ଭେଟି ଆଉ ମହେନ୍ଦ୍ର ସିଂ ଧୋନୀ ସାଜିଥିଲେ ଭାରତୀୟ ପ୍ରଶଂସକଙ୍କ ହୀରୋ । ଗୌତମ ଗମ୍ଭୀର ଓ ଯୁବରାଜ ସିଂଙ୍କ…

୨୦୦୭ ବିଶ୍ୱକପ:ମହାନ ଖେଳାଳିଙ୍କ ଅବସର, ରୋମାଂଚବିହୀନ ମୁକାବିଲା, ଟିମ ଇଣ୍ଡିଆର ନୈରାଶ୍ୟ ପ୍ରଦର୍ଶନ

୨୦୦୩ରେ ବିଶ୍ୱକପ ହାତଛଡା କରିଥିବା ଭାରତ କିନ୍ତୁ ତାର ପରବର୍ତୀ ସଂସ୍କରଣରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ୨୦୦୭ ବିଶ୍ୱକପ ୱେଷ୍ଟଇଣ୍ଡିଜରେ ଆୟୋଜିତ ହୋଇଥିଲା । ପାକିସ୍ତାନ କୋଚ ବବ ଉଲମରଙ୍କ ରହସ୍ୟମୟ ମୃତ୍ୟୁ ଏବଂ ଭାରତ, ପାକିସ୍ତାନର ଖରାପ ପ୍ରଦର୍ଶନ ଆଲୋଚନାର ବିଷୟ ସାଜିଥିଲା ।…

୨୦୦୩ ବିଶ୍ୱକପ କ୍ରିକେଟ: ଅତି ପାଖରୁ ଭାରତ ହାତଛଡା କରିଥିଲା ଟାଇଟଲ

୨୦୦୩ ଆଇସିସି କ୍ରିକେଟ ବିଶ୍ୱକପ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ କେନିୟାରେ ଆୟାଜିତ ହୋଇଥିଲା । ପ୍ରଥମ ଥର ପାଇଁ ବିଶ୍ୱକପ ଆଫ୍ରିକାରେ ଖେଳା ଯାଇଥିଲା । ଭାରତ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲା । ତେବେ ଫାଇନାଲରେ ଅଷ୍ଟ୍ରେଲିଆ ଭାରତକୁ ହରାଇ ଚାମ୍ପିୟନ ହୋଇଥିଲା ।…

୧୯୯୯ ବିଶ୍ୱକପ: ସଚିନଙ୍କ ଲୋତକ ଭରା ଶତକ, ଅଷ୍ଟ୍ରେଲିଆ ଚାମ୍ପିୟନ, ଦକ୍ଷିଣ ଆଫ୍ରିକାର ହାତ ଛାଡିଲେ ଭାଗ୍ୟ ଲକ୍ଷ୍ମୀ

୧୯୯୯ ବିଶ୍ୱକପ କ୍ରିକେଟ ଇଂଲଣ୍ଡ, ସ୍କଟଲାଣ୍ଡ, ଆୟର୍ଲାଣ୍ଡ, ୱେଲ୍ସ ଓ ନେଦରଲାଣ୍ଡରେ ମିଳିତ ଭାବେ ଆୟୋଜିତ ହୋଇଥିଲା । ଫାଇନାଲରେ ପାକିସ୍ତାନକୁ ୮ ୱିକେଟରେ ହରାଇ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା । ଏଥର ୪ ବର୍ଷ ବଦଳରେ ୩ ବର୍ଷ ବ୍ୟବଧାନରେ ବିଶ୍ୱକପ ଆୟୋଜିତ କରାଯାଇଥିଲା । ୧୨ଟି ଟିମ ୪୨ଟି…

୧୯୯୬ ବିଶ୍ୱକପ : ଶ୍ରୀଲଙ୍କା ଚାମ୍ପିୟନ, କାମ୍ବଲୀଙ୍କ କାନ୍ଦ ଆଉ ଟିମ ଇଣ୍ଡିଆର ବିଦାୟ ସାରା ଭାରତର ଆଖି ଛଳ ଛଳ କରି…

୧୯୯୬ ବିଶ୍ୱକପ କ୍ରିକେଟକୁ ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରିଥିଲେ । ପ୍ରଥମ ଥର ପାଇଁ ୧୨ଟି ଟିମ ଏଥିରେ ଅଂଶଗ୍ରହଣ କରିଥିଲେ । ୯ ଟେଷ୍ଟ ଖେଳୁଥିବା ଦେଶ ଓ ୟୁଏଇ, କେନିୟା ଓ ନେଦରଲାଣ୍ଡସ ଏଥିରେ ଖେଳିଥିଲେ । ୱେଷ୍ଟଇଣ୍ଡିଜକୁ ପରାସ୍ତ କରି କେନିୟା ସମସ୍ତଙ୍କୁ ଚକିତ…

୧୯୯୨: ରଙ୍ଗୀନ ବିଶ୍ୱକପ, ରାଉଣ୍ଡ ରବିନ ଲିଗ୍‌, ବର୍ଷା ଅଭିଶାପ, ମିଆଁଦାଦ-ମୋରେ ବିବାଦ

୧୯୯୨ରେ କ୍ରିକେଟର ଆଧୂନିକୀକରଣ ହୋଇଥିଲା । ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ରଙ୍ଗୀନ ପୋଷାକ, ଧଳା ବଲ, କଳା ସାଇଟ ସ୍କ୍ରିନ ଓ ଫ୍ଲଡ ଲାଇଟ ପ୍ରଶଂସକଙ୍କ ମନରେ ରୋମାଂଚ ଭରିଥିଲା । ୪ ବର୍ଷ ବଦଳରେ ୫ ବର୍ଷ ବ୍ୟବଧାନରେ ଏହି ବିଶ୍ୱକପ ଖେଳା ଯାଇଥିଲା । ତେବେ…

ପାକିସ୍ତାନ ସହ ମିଳିତ ଭାବେ ଭାରତ ଆୟୋଜିତ କଲା ୧୯୮୭ ବିଶ୍ୱକପ: ନୂଆ ବିଜେତା, ପ୍ରଥମ ହ୍ୟାଟ୍ରିକ, ସିଦ୍ଧୁଙ୍କ କମାଲ

ବିଶ୍ୱ ଚାମ୍ପିୟନ ଭାରତ ଏଥର ସମସ୍ତ ଉଦ୍ୟମ କରି ୧୯୮୭ରେ ପାକିସ୍ତାନ ସହ ମିଳିତ ଭାବେ ବିଶ୍ୱକପ କ୍ରିକେଟ ଆୟୋଜନ କରିଥିଲା । ୮ ଅକ୍ଟୋବରରୁ ୮ ନଭେମ୍ବର ପର୍ଯ୍ୟନ୍ତ ଏହା ଆୟୋଜିତ ହୋଇଥିଲା । ଇଂଲଣ୍ଡ ବାହାରେ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ଅଷ୍ଟ୍ରେଲିଆ ନୂଆ ବିଜେତା ହୋଇଥିଲା । ଭାରତର ଅଭିଯାନ…

୧୯୮୩ ବିଶ୍ୱକପ : ଆରମ୍ଭ ହେଲା ଭାରତୀୟ କ୍ରିକେଟର ସ୍ୱର୍ଣ୍ଣିମ କ୍ଷଣ

୧୯୭୫ ଓ ୧୯୭୯ ବିଶ୍ୱକପ କ୍ରିକେଟରେ ଭାରତର ପ୍ରଦର୍ଶନ ପ୍ରଶଂସକଙ୍କ ମନ ଜିଣି ପାରି ନ ଥିଲା । ଏପରିକି ୧୯୮୩ ବିଶ୍ୱକପରେ କ୍ରିକେଟପ୍ରେମୀମାନେ ଭାରତ ଚାମ୍ପିୟନ ହେବେ ବୋଲି ଆଶା କରି ନ ଥିଲେ । କପିଳ ଦେବଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ସ୍ମରଣୀୟ ପ୍ରଦର୍ଶନ କରି ସ୍ୱର୍ଣ୍ଣିମ କ୍ଷଣ ଆରମ୍ଭ…