Latest Odisha News

BREAKING NEWS

ପିଏମ୍ ଆବାସ ଯୋଜନାକୁ ନେଇ ଆରମ୍ଭରୁ କେଁ, ପଞ୍ଚାୟତ ଅଫିସରେ ପଡ଼ିଲା ତାଲା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ସାଢେ ୯ ଲକ୍ଷ ଲୋକଙ୍କ ତାଲିକା ପ୍ରକାଶ ପାଇଛି। ଏ ନେଇ ବିଭିନ୍ନ ପଞ୍ଚାୟତରେ ତାଲିକା ପ୍ରକାଶ ପାଇଛି। ହେଲେ ଆରମ୍ଭରୁ ହିଁ ତିଲାକରେ ପ୍ରକାଶ ପାଇଥିବା ନାଁକୁ ନେଇ ବିବାଦ ଦେଖାଦେଇଛି। କେଉଁଠି ନାବାଳକ ନାଁରେ ଘର ଆସିଥିବା…

ଗମାଙ୍ଗଙ୍କ ପରେ କେସିଆରଙ୍କୁ ଭେଟିଲେ ଜୟରାମ ପାଙ୍ଗୀ

ଭୁବନେଶ୍ୱର: ଆଉ ଜଣେ କୋରାପୁଟର ନେତା ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ର ସମିତିର ସଭାପତି କେସିଆରଙ୍କୁ ଭେଟିଛନ୍ତି। ପାଙ୍ଗୀ କେସିଆର ସହିତ ତାଙ୍କର ସାକ୍ଷାତ ଫଟୋକୁ ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ନିକଟରେ ପୂର୍ବତନ…

ସ୍ବାସ୍ଥ୍ୟ ମିଶନରେ ସାମିଲ୍ ହେଲା ଆନନ୍ଦପୁର ପୌର ପରିଷଦ ସହରାଂଚଳ

ଭୁବନେଶ୍ବର: କେନ୍ଦୁଝର ଆନନ୍ଦପୁର ପୈାର ପରିଷଦ ଜାତୀୟ ସହରାଂଚଳ ସ୍ବାସ୍ଥ୍ୟ ମିଶନରେ ସାମିଲ। ଜନସାଧାରଣଙ୍କ ସ୍ବାସ୍ଥ୍ୟ ଅବସ୍ଥାର ଦୃତ ବିକାଶ ନିମନ୍ତେ  ରାଜ୍ୟ ସରକାର ଏହି ପୈାର ପରିଷଦକୁ ଏପରି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏକି ବିଜ୍ଞପ୍ତି…

ବିଦେଶରେ ବନ୍ଦେ ଭାରତ ଏକ୍ସପ୍ରେସକୁ ନେଇ ଚର୍ଚ୍ଚା, ରପ୍ତାନୀ ପାଇଁ ଚିନ୍ତା କରୁଛି ମନ୍ତ୍ରାଳୟ

ନୂଆଦିଲ୍ଲୀ: ବନ୍ଦେ ଭାରତ ଟ୍ରେନକୁ ବିଶ୍ୱ ସ୍ତରୀୟ କରାଯାଉଛି। ରେଳ ମନ୍ତ୍ରଣାଳୟ ଏହି ଟ୍ରେନକୁ କେନ୍ଦ୍ର ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ସହିତ ରପ୍ତାନୀ ଅନୁକୂଳ କରିବ। ଏଥିପାଇଁ ଟ୍ରେନର ସ୍ପୀଡ ବଢାଇବା ସହିତ ଅନେକ ବୈଶୟିକ ଫିଚର ଅପଡେଟ୍ କରୁଛି। ଏହି…

ଆରଭିଏମକୁ ନେଇ ମତାମତ କ’ଣ? ସୋମବାର ସର୍ବଦଳୀୟ ବୈଠକ ଡାକିଲେ ଇସି

ନୂଆଦିଲ୍ଲୀ: ନିଜ ନିର୍ବାଚନମଣ୍ଡଳୀରେ ନଥାଇ ଦେଇ ହେବ ଭୋଟ୍। ଏଥିପାଇଁ ନିର୍ବାଚନ କମିଶନ ରିମୋଟ ଭୋଟିଂ ସିଷ୍ଟମ ତିଆରି କରିଛନ୍ତି। ହେଲେ ଏହାକୁ ନେଇ ରାଜନୈତିକ ଦଳଙ୍କ ମତାମତ କଣ ରହିଛି ଜାଣିବାକୁ ସୋମବାର ବୈଠକ ଡାକିଛି। ନିର୍ବାଚନ କମିଶନ ଦେଶର ସମସ୍ତ ଜାତୀୟ ଦଳର ସଭାପତି ତଥା ସାଧାରଣ…

ଆମେରିକା ରାଷ୍ଟ୍ରପତିଙ୍କ ଘରୁ ମିଳିଲା ଗୋପନୀୟ ଦସ୍ତାବିଜ, ତେଜିଲା ରାଜନୀତି

ଓ୍ବାଶିଂଟନ: ବଡ ଅଡୁଆରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ। ତାଙ୍କ ଡେଲାୱେରର ୱିଲମିଙ୍ଗଟନରେ ଥିବା ଘରୁ ପୂର୍ବରୁ ସାର୍ବଜନୀନ ହୋଇଥିବା ଡକ୍ୟୁମେଣ୍ଟ ତୁଳନାରେ ଅଧିକ ଡକ୍ୟୁମେଣ୍ଟ ମିଳିଛି। ଏହି ସବୁ ସରକାରୀ ଡକ୍ୟୁମେଣ୍ଟ ବାଇଡେନଙ୍କ ଘରୁ ମିଳିବା ପରେ ଅଡୁଆରେ ପଡିଛନ୍ତି ଆମେରିକାର ପ୍ରଥମ…

ଜେଲ ଭିତରୁ ଗଡକରୀଙ୍କ ଅଫିସକୁ ଫୋନ୍ କରି ହତ୍ୟା ଧମକ

ନାଗପୁର: କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଜେଲରୁ ଧମକ ଦିଆଯାଉଥିଲା। ସୂଚନା ଅନୁଯାୟୀ, ବେଲାଗାଭି ଜେଲରେ ବନ୍ଦୀ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜୟଶ ପୂଜାରୀ ଏହି ଧମକ ଦେଉଥିଲା। ସେ ଜେଲ ଭିତରେ ବେଆଇନ ଭାବେ ଫୋନ ବ୍ୟବହାର କରି ଗଡକରୀଙ୍କ ଅଫିସକୁ ଫୋନ୍ କରି ହତ୍ୟା ଧମକ ଦେଇଥିଲା ବୋଲି…

କମିଲା ଖାଇବା ତେଲର ଦାମ, ଗ୍ରାହକଙ୍କୁ ପକେଟକୁ କେବେ ମିଳିବ ଆଶ୍ୱସ୍ତି?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦରଦାମ ବୃଦ୍ଧି ବେଳେ ସମସ୍ତଙ୍କ ଅପେକ୍ଷା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବହିଖାତାକୁ। ନୂଆ ଆର୍ଥିକ ବର୍ଷରେ କଣ ଶସ୍ତା ହେବ କଣ ମହଙ୍ଗା ହେବ ସେ ନେଇ ଲୋକେ ଅପେକ୍ଷା କରିଛନ୍ତି। ଏହା ପୂର୍ବରୁ କିନ୍ତୁ ହାଣ୍ଡିଶାଳକୁ ଆଶ୍ବସ୍ତି କରିବା ଭଳି ଖବର…

କରୋନା ଟିକା ନେଲେ ହେଉଛି ବ୍ରେନଷ୍ଟ୍ରୋକ?

ନୂଆଦିଲ୍ଲୀ: ସାରା ବିଶ୍ୱ ଯେତେବେଳେ କୋଭିଡ୍ ଟିକା ନେଇ କରୋନାର ମରଣଜନ୍ତାରୁ ଆଶ୍ୱସ୍ତି ପାଇଛି ବୋଲି ବିଶ୍ୱାସ କରୁଛି। ସେତେବେଳେ ଏକ ରିପୋର୍ଟ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ଏହି ରିପୋର୍ଟରେ କୁହାଯାଇଛି କରୋନା ଟିକା ନେବା ଯୋଗୁଁ କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ…

ମଧ୍ୟବିତ୍ତ ପରିବାରବର୍ଗଙ୍କୁ ସୁହାଇଲା ଭଳି ବଜେଟ ପ୍ରସ୍ତୁତ କରିବାକୁ କେନ୍ଦ୍ରକୁ ଆରଏସଏସର ଆହ୍ୱାନ

ନୂଆଦିଲ୍ଲୀ: ଫେବୃଆରୀରେ ବଜେଟ ଆଗତ କରିବେ କେନ୍ଦ୍ର ସରକାର। ଆସନ୍ତାବର୍ଷ ସାଧାରଣ ନିର୍ବାଚନ ଏଥିସହ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ରହିଥିବାରୁ ଏହି ବଜେଟର ରୂପରେଖ ଆବଶ୍ୟକ ପଡିଲେ ଭୋଟ୍ ବ୍ୟାଙ୍କ ଉପରେ ପଡିପାରେ। ତେଣୁ ଭୋଟ୍ ବ୍ୟାଙ୍କକୁ ସୁହାଇଲା ଭଳି କେନ୍ଦ୍ରର ଶାସକ ଦଳ ବିଜେପିକୁ…