Latest Odisha News

BREAKING NEWS

ଡ୍ୟୁକ ବଲ ବିବାଦ: ତଦନ୍ତ ପାଇଁ ରାଜି ହେଲା କମ୍ପାନୀ

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ଟେଷ୍ଟରେ ଡ୍ୟୁକ ବଲକୁ ନେଇ ବିବାଦ ସୃଷ୍ଟି ହୋଇଛି । ବଲ ସଙ୍ଗେ ସଙ୍ଗେ ନରମ ହୋଇ ଯାଇଥିବାରୁ ଏହା ଟେଷ୍ଟ ମ୍ୟାଚକୁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଥିଲା । ଏବେ ଏହି ଡ୍ୟୁକ ବଲକୁ ପ୍ରସ୍ତୁତ କରୁଥିବା କମ୍ପାନୀ ବଲକୁ ପରୀକ୍ଷଣ ପାଇଁ ନେବା ସହ ତଦନ୍ତ ପାଇଁ ରାଜି…

ଉଚ୍ଚ ଶିକ୍ଷା ବିଭାଗର କଡା ନିର୍ଦ୍ଦେଶ; ଶିକ୍ଷାନୁଷ୍ଠାନ ପରିସରରେ ମହିଳା ସହାୟତା ନଂ ୧୮୧ ତୁରନ୍ତ ଲେଖ

ଭୁବନେଶ୍ବର: ଶିକ୍ଷାନୁଷ୍ଠାନରେ ମହିଳାମାନେ ଯେପରି ନିର୍ଯାତନ ନହେବେ‌ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ରାଜ୍ୟ ସରକାର । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ବେସରକାରୀ ମହାବିଦ୍ୟାଳୟ କ୍ୟାମ୍ପସ…

ସ୍ୱର୍ଣ୍ଣ ମନ୍ଦିରକୁ ବୋମାରେ ଉଡ଼େଇବା ଧମକ; ଜଣେ ସଫ୍ଟୱେୟାର ଇଞ୍ଜିନିୟର ଅଟକ

ପଞ୍ଜାବ: ପଞ୍ଜାବର ଅମୃତସରରେ ସ୍ୱର୍ଣ୍ଣ ମନ୍ଦିରକୁ ବୋମାରେ ଉଡ଼େଇ ଦେବା ଧମକ ମାମଲାରେ, ଅମୃତସର ପୋଲିସ ହରିୟାଣାର ଜଣେ ସଫ୍ଟୱେର୍ ଇଞ୍ଜିନିୟରଙ୍କୁ ଅଟକ ରଖିଛି। ଅଭିଯୁକ୍ତ ଜଣକ ଫରିଦାବାଦର ଶୁଭମ୍ ଦୁବେ ବୋଲି ଚିହ୍ନଟ କରାଯାଇଛି। ଅମୃତସର ପୋଲିସ କମିଶନର ଗୁରୁପ୍ରୀତ ସିଂହ ଭୁଲ୍ଲର…

ହୀରାକୁଦ ଡ୍ୟାମର ପୁଣି ଖୋଲିଲା ୨ଟି ଗେଟ୍‌

ସମ୍ବଲପୁର: ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍ । ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ପାଉଥିବାରୁ ଶୁକ୍ରବାର ଅପରାହ୍ନରେ ୨ଟି ସ୍ଲୁଇସ୍‌ ଗେଟ୍‌ କୁ ଖୋଲିଦିଆଯାଇଛି । ବର୍ତ୍ତମାନ ମୋଟ ୪ଟି ସ୍ଲୁଇସ୍‌ ଗେଟ୍‌ ଜରିଆରେ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ…

ବୁମରାହ-ଷ୍ଟାର୍କ ମଧ୍ୟରେ କିଏ ଶ୍ରେଷ୍ଠ

ନୂଆଦିଲ୍ଲୀ: ବର୍ତମାନ ସମୟରେ ଦୁଇ ପେସ ବୋଲର ଭାରତର ଯଶପ୍ରୀତ ବୁମରାହ ଓ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ଉଭୟଙ୍କୁ ମହାନ ବୋଲର ଶ୍ରେଣୀରେ ରଖାଯିବା କିଛି ବଡ କଥା ନୁହେଁ । ୱେଷ୍ଟଇଣ୍ଡିଜ ବିପକ୍ଷରେ ଷ୍ଟାର୍କ ତାଙ୍କ କ୍ୟାରିୟରର ୧୦୦ତମ ମ୍ୟାଚ ଖେଳିଛନ୍ତି ।…

ବ୍ରାଉନସୁଗାର ଜବତ ସହ ୩ ଜଣଙ୍କୁ ଗିରଫ କଲା ପୋଲିସ

ବରଗଡ: କିଛି ଦିନର ବ୍ୟବଧାନ ପରେ ବରଗଡ଼ରୁ ପୁଣି ଜବତ ହେଲା ବ୍ରାଉନସୁଗାର l ବିଶେଷ ସୂତ୍ରରୁ ଖବର ପାଇ ବରଗଡ଼ ଟାଉନ ଥାନା ପୋଲିସ ଘୁଳିପାଲି ଛକରେ ସମ୍ବଲପୁର ପଟୁ ଆସୁଥିବା ଏକ ସ୍କୁଟି ଉପରେ ଚଢ଼ାଉ କରିଥିଲା l ଚଢ଼ାଉ ବେଳେ ସ୍କୁଟିରୁ ୫୦ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ସହରର ୩ ଜଣଙ୍କୁ…

ଗାଁ ଦାଣ୍ଡରେ ବୁଲୁଛନ୍ତି କୁମ୍ଭୀର;ଆତଙ୍କିତ ଚଉଦ କୁଲାଟ ବାସିନ୍ଦା

କେନ୍ଦ୍ରାପଡା: ଘରେ ପାଣି, ଗାଁ ଚାରିପଟେ ପାଣି। ବନ୍ୟା ଯୋଗୁଁ କଲବଲ ହେଉଛନ୍ତି ଲୋକେ । ଏପଟେ ଗାଁ ଦାଣ୍ଡରେ ବୁଲୁଛନ୍ତି କୁମ୍ଭୀର। କେନ୍ଦ୍ରାପଡ଼ାରେ ବନ୍ୟା ବିଭୀଷିକା ଭିତରେ କୁମ୍ଭୀର ଭୟ ଦେଖାଦେଇଛି । ବ୍ରାହ୍ମଣୀ ନଦୀ ପାଣି ଗାଁ ଭିତରକୁ ପଶିଥିବାରୁ ଲୋକେ ଭୟଭୀତ ଅଛନ୍ତି । ଚଉଦ କୁଲାଟ…

ବିିସିସିଆଇର ଆୟ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ମିଛୁଟାରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡକୁ ସବୁଠାରୁ ଧନୀ ଭାବେ କୁହାଯାଏ ନାହିଁ । ନିକଟରେ ଗତ ବର୍ଷର ହିସାବ କରାଯାଇଥିଲା । ଏଥିରେ ବିସିସିଆଇର ଆୟ ୯୭୪୧.୭ କୋଟି ଟଙ୍କା ହୋଇଥିବା ଜଣାପଡିଛି । ଜୟ ଶାହ ବିସିସିଆଇର ଦାୟିତ୍ୱ ଗ୍ରହଣ କରିବା ପରେ ଏହାର ଆୟ ବୃଦ୍ଧି ପାଇଛି ।…

ସପଲିଫଟିଂ କ’ଣ…ଚୋରି ନା ମାନସିକ ଅସୁସ୍ଥତା !

ନୂଆଦିଲ୍ଲୀ: ଆମେରିକାରେ ଜଣେ ଭାରତୀୟ ମହିଳା ଦୋକାନରୁ ଚୋରି କରୁଥିବା ଅଭିଯୋଗ ଆସିଛି । ଏହାର ଭିଡିଓ ଭାଇରାଲ୍ ବି ହୋଇଛି । ଭିଡିଓରେ ମହିଳା ଜଣକ ସଂଭ୍ରାନ୍ତ ପରିବାରର ଭଳି ଦେଖାଯାଉଥିବା ବେଳେ ଏଥିପାଇଁ କ୍ଷତିପୂରଣ ଦେବାକୁ ସଫେଇ ଦେଉଥିବା ଦେଖିବାକୁ ମିଳୁଛି । ଏହାପରଠୁ ଭାରତୀୟଙ୍କୁ…

ବ୍ରିଟେନରେ ଏଣିକି ୧୬ବର୍ଷ ହେଲେ ଦେବେ ଭୋଟ୍ !

ନୂଆଦିଲ୍ଲୀ: ୧୮ବର୍ଷ ନୁହେଁ ୧୬ବର୍ଷରେ ଦେଇପାରିବେ ଭୋଟ୍ ! ୨୦୨୯ ନିର୍ବାଚନରେ ହୋଇପାରେ ବଡ଼ ପରିବର୍ତ୍ତନ। ଗୁରୁବାର ଏନେଇ ଘୋଷଣା କରିଛନ୍ତି ବ୍ରିଟେନ୍ ସରକାର । ଗତ ନିର୍ବାଚନରେ ଲେବର ପାର୍ଟି ନିଜ ଘୋଷଣାପତ୍ରରେ ଏନେଇ ପ୍ରତିଶ୍ରୁତି ଦେଇଥିଲା । ଭୋଟ୍ ଦେବା ପାଉଁ ବୟସ ସୀମା ହ୍ରାସ କରିବା…