Latest Odisha News

BREAKING NEWS

କାଲିଠୁ ଐତିହାସିକ ବାଲିଯାତ୍ରା, ମହାମହିମଙ୍କ ଗସ୍ତ ପୂର୍ବରୁ ଅଭ୍ୟାସ, ସୁରକ୍ଷା ଦାୟିତ୍ୱରେ ୬୨ ପ୍ଲାଟୁନ୍ ଫୋର୍ସ

କଟକ: କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି । ବାତ୍ୟା ପ୍ରଭାବରେ ବାଲିଯାତ୍ରା ପଡିଆରେ ବିଗିଡି ଯାଇଥିବା ସ୍ଥିତି ଜିଲ୍ଲାପାଳଙ୍କ ତତ୍ୱାବଧାନରେ ସୁଧାରା ଯାଉଛି । ପଡିଆରେ ପାଣି କାଦୁଅ ଶୁଖିଯାଇଥିବା ବେଳେ ସଜେଇ ହେଉଛି ବାଲିଯାତ୍ରା ପଡିଆ । ରାତିଦିନ ଏକ କରି କାମରେ ଲାଗିଛନ୍ତି ସମସ୍ତେ । ଚଳିତ ବର୍ଷ ବାଲିଯାତ୍ରାର ଗାରିମା ବଢାଇବ ମହମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗମନ । ଯେମିତି କୌଣସି ପ୍ରସ୍ତୁତିରେ କମ୍ ନରହି ଯାଏ ସେଥିପ୍ରତି ଧ୍ୟାନ ଦେବା ସହ ଟିକିନିଖି କାମର ତଦାରଖ କରିଛନ୍ତି ନିଜେ ଅତିରିକ୍ତ ଶାସନ ସଚିବ । ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ସବୁପ୍ରକାର ବନ୍ଦୋବସ୍ତ କରାଯାଇଛି । କେବଳ ସେତିକି ନୁହେଁ ରଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୁରକ୍ଷା ଦାୟିତ୍ୱରେ ୬୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ରାଷ୍ଟ୍ରପତି ଯେଉଁ ରୁଟ୍ ଦେଇ ଯିବେ କେଉଁଠି କେତେ ସମୟ ରହିବେ ସେସବୁର ସମୀକ୍ଷା ସହ ସମସ୍ଥ ଅଧିକାରୀଙ୍କ ସହ ଅଭ୍ୟାସ କରିଛନ୍ତି ନିଜେ ଗୃହ ବିଭାଗ ସଚିବ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା । ଐତିହାସିକ ବାଲିଯାତ୍ରା ପାଇଁ ପଡିଆରେ ପ୍ରସ୍ତୁତି ଠିକ୍ ଚାଲିଛି । ଗସ୍ତ ନିୟମାବଳୀ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛିା ଏନେଇ ଗୃହ ବିଭାଗ ସଚିବଙ୍କ ସହ, କଟକ ଜିଲ୍ଲାପାଳ, ଡିସିପି, ପୋଲିସ କମିଶନର, ଜିଲ୍ଲା ଓ ପୋଲିସ ପ୍ରଶାସନର ସମସ୍ତ ଅଧିକାରୀ ପୁରା ବ୍ୟବସ୍ଥାର ତଦାରଖ କରିଛନ୍ତି ।

କାର୍ଯ୍ୟସୂଚୀ ଅନୁସାରେ ମହାମହିମ ରଷ୍ଟ୍ରପତି ପ୍ରଥମେ ସିଲଭର ସିଟି ବୋଟ୍ କ୍ଲବରେ ପହଂଚିବେ । ସେଠାରୁ ‘କଳିଙ୍ଗ ତରଙ୍ଗିଣୀ’ ବୋଟରେ ନୌବିହୀର କରି ଗଡଗଡିଆ ଘାଟରେ ପହଂଚିବେ । ସେଠାରେ ପାରମ୍ପରିକ ବୋଇତ ବନ୍ଦାଣ କାଯ୍ୟ ର୍କ୍ରମରେ ଯୋଗଦେବେ । ପରେ କଟକ ଇନ୍ କଟକ ଓ ଓରମାସକୁ ଉଦ୍‌ଘାଟନ କରିବା ସହ ଶେଷରେ ୨୦୨୬ ଐତିହାସିକ ବାଲିଯାତ୍ରାର ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସେସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ଓ ଅନ୍ୟାନ୍ୟ ବ୍ୟବସ୍ଥାର ଯାଂଚ ସହ ରିହର୍ସଲ କରାଯାଇଛି ।

Leave A Reply

Your email address will not be published.