Latest Odisha News

BREAKING NEWS

ଗୁରୁଗ୍ରାମରେ ସପ୍ତମ ରଜ ମହୋତ୍ସବ ମହାସମାରୋହରେ ଆୟୋଜନ

ନୂଆଦିଲ୍ଲୀ: ଗୁରୁଗ୍ରାମଠାରେ ସପ୍ତମ ରଜ ମହୋତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏହି ପର୍ବ ଉପଲକ୍ଷେ ଉତ୍ସବର ସ୍ଥାନ ଚାରି ନମ୍ବର ସେକ୍ଟର ସ୍ଥିତ ହୁଡ଼ା କମ୍ୟୁନିଟି ସେଣ୍ଟରକୁ ଖୁବ ସୁନ୍ଦର ଭାବରେ ସଜାଯାଇ ଏକ ଛୋଟ ଓଡ଼ିଶାର ସ୍ଵରୂପ ପ୍ରଦାନ କରାଯାଇଥିଲା। ଦେଶର ଅଗ୍ରଣୀ ସାମାଜିକ ଓ…

ଆତ୍ମନିର୍ଭର ଭାରତ ଆଡ଼କୁ ଆଉ ଏକ ବଡ଼ ପଦକ୍ଷେପ: ଲଞ୍ଚ ହେଲା ‘ଅଚଲ୍’ ଜାହାଜ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ: ଗୋଆ ସିପୟାର୍ଡ ଲିମିଟେଡ୍ (GSL) ଆଜି ଭାରତୀୟ ତଟରକ୍ଷୀ ବାହିନୀ ପାଇଁ ନିର୍ମିତ ଆଠଟି ଫାଷ୍ଟ ପାଟ୍ରୋଲ୍ ଜାହାଜ ମଧ୍ୟରୁ ଗୋଟିଏକୁ ସଫଳତାର ସହ ଉତକ୍ଷେପଣ କରିଛି। ଏହି ଜାହାଜର ନାମ 'ଅଚଲ୍' ରଖାଯାଇଛି। ପାରମ୍ପରିକ ବୈଦିକ ମନ୍ତ୍ର ମଧ୍ୟରେ କବିତା ହାରବୋଲା ଏହି ଜାହାଜକୁ…

ଭାରତୀୟ ସିନିୟର ଦଳରେ ସାମିଲ ହୋଇ ପାରନ୍ତି ହର୍ଷିତ

ଲଣ୍ଡନ: ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜୁନ ୨୦ରୁ ଆରମ୍ଭ ହେବ । ଏଥିପାଇଁ ଭାରତୀୟ ଖେଳାଳି ଜୋରଦାର ଅଭ୍ୟାସ ଜାରୀ ରଖିଛନ୍ତି । ଭାରତୀୟ ସିନିୟର ଟିମ ଇଣ୍ଡିଆ ଏ ସହିତ ଏକ ଇନଟ୍ରା ସ୍କ୍ୱାଡ ମ୍ୟାଚ ମଧ୍ୟ ଖେଳିଛି । ଭାରତ ଏ ଟିମର ଇଂଲଣ୍ଡ ଗସ୍ତ…

ଖୁବଶୀଘ୍ର ‘ଓଡିଶା ଯାତ୍ରୀ’ ଆପ୍ ଜରିଆରେ କରିପାରିବେ ଆମ୍ବୁଲାନ୍ସ ବୁକ୍

ଭୁବନେଶ୍ୱର: ଖୁବଶୀଘ୍ର ଓଡ଼ିଶାର ଲୋକମାନେ ମୋବାଇଲ୍ ଆପ୍ 'ଓଡିଶା ଯାତ୍ରୀ' ମାଧ୍ୟମରେ ଆମ୍ବୁଲାନ୍ସ ବୁକ୍ କରିପାରିବେ। ରାଜ୍ୟ ସରକାର ଆମ୍ବୁଲାନ୍ସ ସେବାକୁ ଏହାର ଘରୋଇ କ୍ୟାବ୍ ଆଗ୍ରିଗେଟର୍ ଆପ୍ ସହିତ ସଂଯୁକ୍ତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର…

ଅଦିନିଆ ରଥଯାତ୍ରା କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଆଇନ ମନ୍ତ୍ରୀ

ଭୁବନେଶ୍ବର: ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ ନେଇ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଡ଼ା ଚେତାବନୀ ଜାରି କରିଛନ୍ତି। ଆଇନ ମନ୍ତ୍ରୀ କହିଛନ୍ତି, “ନୂଆପଡ଼ାରେ ଏହିପରି ଆୟୋଜନ ହେଉଥିବା ଜଣାପଡ଼ିବା ପରେ ଆମେ ତାହାକୁ ବନ୍ଦ କରି ସାରିଛୁ। ଅନ୍ୟ କୌଣସି ସ୍ଥାନରେ ଏହା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଇପ୍ରସର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋମବାର ଦିନ ସାଇପ୍ରସର ସର୍ବୋଚ୍ଚ ନାଗରିକ ସମ୍ମାନ 'ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ମାକାରିଓସ୍ III' ପ୍ରଦାନ କରାଯାଇଛି। ସାଇପ୍ରସର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିଡ୍ସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରିଛନ୍ତି।…

୫ ବିଭାଗରେ ୯୬୪ ଜଣଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ଵର: ୫ ବିଭାଗରେ ୯୬୪ ଜଣଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଭୁବନେଶ୍ୱର ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନଠାରେ ୫ଟି ବିଭାଗର ୯୬୪ଟି ପଦବୀ ପୂରଣ ପାଇଁ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା। ଏହି ଅବସରରେ ସେ କହିଛନ୍ତି ଯେ, ଯୁବ ଶକ୍ତି ହେଉଛନ୍ତି ଆମ…

ଯାଜପୁର ହଇଜା ମାମଲା; ଅନୁଧ୍ୟାନ କରି ଫେରିଲା କେନ୍ଦ୍ରୀୟ ଟିମ୍

ଯାଜପୁର: ଗତ କିଛି ଦିନ ହେଲା ଯାଜପୁର ଜିଲ୍ଲାରେ ହଇଜା ବ୍ୟାପିଚାଲିଛି। ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଝାଡ଼ାବାନ୍ତି ବ୍ୟାପୁଛି। ଦୂଷିତ ପାଣି ଓ ବାସି ଖାଦ୍ୟ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି। ତେବେ ଯାଜପୁର ଜିଲ୍ଲାରେ ଏପରି ଘଟଣାକୁ…

ହଇଜା ବ୍ୟାପିବା ପରେ ଆକ୍ସନ ମୋଡରେ ବିଏମସି, ରାଜଧାନୀର ହୋଟେଲ-ଫାଷ୍ଟଫୁଡ୍ ଦୋକାନରେ ଚଢ଼ଉ

ଭୁବନେଶ୍ୱର: ରାଜଧାନୀକୁ ହଇଜା ଭୟ। ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଝାଡ଼ାବାନ୍ତି ବ୍ୟାପୁଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଆକ୍ସନ ମୋଡରେ ବିଏମସି। ଦୂଷିତ ପାଣି ଓ ବାସି ଖାଦ୍ୟ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି। ସୁରକ୍ଷାକୁ…

ଆଜିଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଡାଇରିଆ ନିରାକରଣ ଅଭିଯାନ

ଭୁବନେଶ୍ବର: ରାଜ୍ୟରେ ବ୍ୟାପୁଥିବା ହଇଜା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାର ନିରାକରଣ ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ସଂଯୁକ୍ତା ସାହୁ । ସେ କହିଛନ୍ତି ଯେ, ଏହି ଅଭିଯାନ ଦେଢ଼ ମାସ ଧରି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ।…