Latest Odisha News

BREAKING NEWS

ଜଗା ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା, ୧୦ ଆହତ

ବସ୍ତା: ବାଲେଶ୍ବର ଜିଲ୍ଲାର ଜାତୀୟ ରାଜପଥ-୧୬ରେ ପୁରୀରୁ ଫେରୁଥିବା ଏକ ମିନି ବସ୍ ମଙ୍ଗଳବାର ବିଳମ୍ବିତ ରାତିରେ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଯାହା ଫଳରେ ୧୦ରୁ ଅଧିକ ତୀର୍ଥଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ବସ୍ତା ଥାନା ଅଧୀନ କୁଣ୍ଡୁପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ…

ବଦ୍ରିନାଥ ମନ୍ଦିରର ଦାନ ଚୋରି ମାମଲା, କମିଟି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବ ନିଲମ୍ବିତ

ନୂଆଦିଲ୍ଲୀ: ଅଯୋଧ୍ୟା ଶ୍ରୀ ରାମ ମନ୍ଦିର ପରେ ବଦ୍ରିନାଥ ମନ୍ଦିରର ଦାନ ଚୋରି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମନ୍ଦିର କମିଟି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବ ପ୍ରମୋଦ ନୌଟିୟାଲଙ୍କୁ ନିଲମ୍ବିତ କରାଯିବା ସହ ତାଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି। ଶୃଙ୍ଖଳା ଏବଂ…

ଇରାନକୁ କଡ଼ା ଜବାବ; ଏୟାର ଷ୍ଟ୍ରାଇକ କଲା ଆମେରିକା

ତେହେରାନ: ବୁଧବାର ପ୍ରତ୍ୟୁଷରେ ଆମେରିକାର ସେନା ଇରାନ ଉପରେ ଆକ୍ରମଣ କରିଛି। ହରମୁଜ୍ ପ୍ରଣାଳୀରେ ତିନୋଟି ବାଣିଜ୍ୟକ ଜାହାଜ ଉପରେ ଆକ୍ରମଣ ହେବାର କିଛି ଘଣ୍ଟା ପରେ ଏହି ଆକ୍ରମଣ କରାଯାଇଥିଲା। ଯୁଦ୍ଧ ଆରମ୍ଭରେ (୨୮ ଫେବୃଆରୀ) ଇସ୍ରାଏଲ-ଆମେରିକା ଆକ୍ରମଣରେ ପ୍ରାଣ ହରାଇଥିବା ଇରାନର…

ଭିଜିଲାନ୍ସ ଜାଲରେ ଫସିଲେ ଖଣି ଉପନିର୍ଦ୍ଦେଶକ, ୨ ଲକ୍ଷ ଲାଞ୍ଚ ନେଉଥିଲେ…

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଜୟପୁରର ଉପନିର୍ଦ୍ଦେଶକ (ଭୂତତ୍ତ୍ୱ)-କମ-ଉପନିର୍ଦ୍ଦେଶକ ସତ୍ୟଜିତ ରାଉତଙ୍କୁ ଗିରଫ କରିଛି। ସେ ଜଣେ ଲିଜ୍ ଧାରୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ। ସୂଚନା ଅନୁଯାୟୀ, ସେ ଏକ ଖଣି ଲିଜ୍‌ର ଅବଧି ବୃଦ୍ଧି କରିବା ଏବଂ ବାଲି ଉତ୍ସର ଆଗାମୀ ସ୍ପଟ୍…

ପୂର୍ବତନ କ୍ରିକେଟରଙ୍କ ବିବାଦୀୟ ବୟାନ ସଞ୍ଜୁଙ୍କ ଯୋଗୁ ବଢ଼ିଲା ଅଗରକରଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: ସଞ୍ଜୁ ସାମସନଙ୍କୁ ଜିମ୍ବାୱେ ବିପକ୍ଷ ସିରିଜରୁ ବାଦ ଦେବାକୁ ଅନେକ ପୂର୍ବତନ କ୍ରିକେଟର ପସନ୍ଦ କରି ନାହାନ୍ତି । ସଞ୍ଜୁଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ଭାରତ ଟି୨୦ ବିଶ୍ୱକପ ୨୦୨୬ରେ ଚାମ୍ପିୟନ ହୋଇଥିଲା । ସେ ମ୍ୟାନ ଅଫ ଦି ଟୁର୍ଣ୍ଣାମେଂଟ ହୋଇଥିଲେ । ସାମସନଙ୍କୁ ବାଦ ଦେବା ପରେ…

୬ ବର୍ଷର ଶିଶୁକନ୍ୟାକୁ ଝୁଣିପକାଇଲେ ୬ଟି କୁକୁର

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ମହାନଳାରେ ଘରୋଇ ସ୍କୁଲ ନିକଟରେ କୁକୁର ଆତଙ୍କ । ୬ ବର୍ଷର ଶିଶୁକନ୍ୟାକୁ ଝୁଣିପକେଇଲେ କୁକୁର ପଲ । ସ୍କୁଲ ବାହାରକୁ ପରିଶ୍ରା କରିବାକୁ ଆସିଥିବା ବେଳେ ହଠାତ ୫ରୁ ୬ଟି କୁକୁର ମିଶି ଶିଶୁ କନ୍ୟା ଟିକୁ ଝୁଣି ପକେଇଛନ୍ତି । ଏହା ଦେଖି ସ୍କୁଲର…

ଫିଫା ବିଶ୍ୱକପ: ବିଜୟ ଉତ୍ସବ ପାଳନ ଅବସରରେ ହାତ ଭାଙ୍ଗିଦେଲେ ହ୍ୟାଣ୍ଡେରସନ, ବାକି ମ୍ୟାଚରୁ ଓହରିଲେ

ନୂଆଦିଲ୍ଲୀ: ଚଳିତ ଫିଫା ବିଶ୍ୱକପ କ୍ୱାର୍ଟର ଫାଇନାଲ ମ୍ୟାଚ ପୂର୍ବରୁ ଇଂଲଣ୍ଡକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ମିଡଫିଲ୍ଡର ଜୋର୍ଡାନ ହ୍ୟାଣ୍ଡରସନ ଆଘାତପ୍ରାପ୍ତ ହୋଇ ବିଶ୍ୱକପର ବାକି ମ୍ୟାଚରୁ ଓହରି ଯାଇଛନ୍ତି । ରାଉଣ୍ଡ ଅଫ ୧୬ର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମେକ୍ସିକୋ ବିପକ୍ଷରେ…

ବ୍ରାଉନସୁଗାର ଚାଲାଣରେ ବାପ-ପୁଅ ଗିରଫ, ଦାମି ଗାଡି ଜବତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାରର ପରିମାଣ ଓ ବଜାର ମୂଲ୍ୟ ସମ୍ପର୍କରେ ଅବକାରୀ ବିଭାଗ ପକ୍ଷରୁ ଯାଞ୍ଚ ଜାରି ରହିଛି । ନିଶାଦ୍ରବ୍ୟ ଚାଲାଣରେ ବ୍ୟବହୃତ ହେଉଥିବା ଏକ ଦାମୀ ଗାଡ଼ିକୁ ମଧ୍ୟ ଜବତ…

ନଦୀକୂଳରେ ସୃଷ୍ଟି ହେବ ସବୁଜ ବଳୟ: ମହାନଦୀ ସହ ୭ ପ୍ରମୁଖ ନଦୀ ପାର୍ଶ୍ୱରେ ଲଗାଯିବ ଲକ୍ଷ ଲକ୍ଷ ଚାରା

ଭୁବନେଶ୍ୱର: କପିଳେଶ୍ଵର ଠାରେ ଆୟୋଜିତ ୭୭ତମ ରାଜ୍ୟସ୍ତରୀୟ ବନ ମହୋତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ ଓ ବିକଟ ଗ୍ରୀଷ୍ମ ଲହରିର ମୁକାବିଲା ପାଇଁ ବ୍ୟାପକ ବୃକ୍ଷରୋପଣ ହିଁ ଏକମାତ୍ର ଦୀର୍ଘକାଳୀନ ସମାଧାନ ।…

ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ସମ୍ବନ୍ଧୀୟ ଖବର ମିଥ୍ୟା, ସ୍ପଷ୍ଟୀକରଣ ରଖିଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ଶିଶୁ ବାଟିକା ଶିକ୍ଷକ ନିଯୁକ୍ତିକୁ ନେଇ ସୋସିଆଲ ମିଡିଆରେ ହେଉଛି ମିଥ୍ୟା ପ୍ରଚାର। ଏନେଇ ସ୍ପଷ୍ଟୀକରଣ ରଖିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ସମ୍ପ୍ରତି ଅର୍ଥ ବିଭାଗର ପତ୍ର ସଂଖ୍ୟା 10911/F, ତାରିଖ ୨୪.୦୪.୨୦୨୬ ନାମରେ ଏକ ଜାଲ୍ ଓ ସମ୍ପୂର୍ଣ୍ଣ ମନଗଢ଼ା ପତ୍ର ବିଭିନ୍ନ…