Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ PEO, ୬ ସ୍ଥାନରେ ଚଢାଉ

ଭୁବନେଶ୍ୱର: ବରଗଡ଼ ଜିଲ୍ଲା କଟାଭାଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) କାର୍ତ୍ତିକେଶ୍ୱର ବେହେରାଙ୍କ ବିରୋଧରେ ଆୟ-ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଚଢ଼ଉ କରାଯାଇଛି।

ସେ ବରଗଡ଼ ଜିଲ୍ଲାର ଗାଇସିଲେଟ୍ ବ୍ଲକ୍ ଅନ୍ତର୍ଗତ ଫିରିଙ୍ଗିମାଲ୍ ଏବଂ ଗୌରେନମୁଣ୍ଡା ଗ୍ରାମ ପଞ୍ଚାୟତର ମଧ୍ୟ PEO ଦାୟିତ୍ୱରେ ରହିଛନ୍ତି।

ଓଡ଼ିଶା ଭିଜିଲାନ୍ସର ସୂଚନା ଅନୁଯାୟୀ, ବରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ଉ କରାଯାଉଛି। ଏଥିପାଇଁ ପାଞ୍ଚ ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ୍ (DSP), ୮ ଜଣ ଇନ୍ସପେକ୍ଟର, ୨ ଜଣ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି।

ଭିଜିଲାନ୍ସ ଟିମ୍ ବରଗଡ଼ ଜିଲ୍ଲାରେ ଥିବା ତାଙ୍କ ସହ ଜଡ଼ିତ ଛଅଟି ସ୍ଥାନରେ ଚଢ଼ଉ କରୁଛି:

୧. ବରଗଡ଼ ଜିଲ୍ଲା ଗାଇସିଲେଟ୍ ନିକଟସ୍ଥ କଣ୍ଡାଗଡ଼ ଠାରେ ଥିବା ତାଙ୍କର ଦୁଇ ମହଲା ବିଶିଷ୍ଟ ବାସଗୃହ।

୨. ବରଗଡ଼ ଜିଲ୍ଲା କଣ୍ଡାଗଡ଼ ଠାରେ ଥିବା ଛଅଟି କକ୍ଷ ବିଶିଷ୍ଟ ଏକ ମାର୍କେଟ୍ କମ୍ପ୍ଲେକ୍ସ।

୩. ବରଗଡ଼ ଜିଲ୍ଲା କଣ୍ଡାଗଡ଼ ଠାରେ ଥିବା ତିନୋଟି କକ୍ଷ ବିଶିଷ୍ଟ ଏକ ଗୋଦାମ ଘର।

୪. ବରଗଡ଼ ଜିଲ୍ଲା ଗାଇସିଲେଟ୍ ଠାରେ ନିର୍ମାଣାଧୀନ ଥିବା ଚାରି ମହଲା ବିଶିଷ୍ଟ କୋଠା।

୫. ବରଗଡ଼ ଜିଲ୍ଲା କଣ୍ଡାଗଡ଼ ଠାରେ ଥିବା ତାଙ୍କ ପୈତୃକ ଗ୍ରାମର ଘର।

୬. ବରଗଡ଼ ଜିଲ୍ଲା କଟାଭାଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଥିବା PEOଙ୍କ ଅଫିସ ଚାମ୍ବର।

Comments are closed.