Latest Odisha News

BREAKING NEWS

Heavy Rain Alert:ଆସନ୍ତାକାଲି ଏହି ଜିଲ୍ଲାର ସମସ୍ତ ସ୍କୁଲ୍‌ ଛୁଟି;ଏପଟେ ଘରୁ ନବାହାରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ପରାମର୍ଶ

ଜଗତସିଂହପୁର:ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା କରାଇବ । ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ୍‌ ବନ୍ଦ ରହିବ। ପ୍ରବଳ ବର୍ଷାରେ ଛାତ୍ରଛାତ୍ରୀଙ୍କ ଯାତାୟତ ଓ ସୁରକ୍ଷାକୁ ନଜରରେ ରଖି ଜିଲ୍ଲାପାଳ ଏହି ଛୁଟି ଘୋଷଣା କରିଛନ୍ତି।

ଏପଟେ ଗଭୀର ଅବପାତ ଗଞ୍ଜାମ ଜିଲ୍ଲା ନିକଟ ଦେଇ ଗତି କରିବାର ସମ୍ଭାବନା ଥିବାରୁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି ।ଜିଲ୍ଲାକୁ ବର୍ତ୍ତମାନ ଅରେଞ୍ଜ୍‌ ୱାର୍ଣ୍ଣିଂ ଥିବାବେଳେ ୨୩ ଓ ୨୪ ତାରିଖରେ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଜିଲ୍ଲା ଓ ବ୍ଲକସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଥିବାବେଳେ ଆବଶ୍ୟକ ସହାୟତା ପାଇଁ ନିର୍ଦ୍ଧାରିତ ଫୋନ୍‌ ନମ୍ବର ଜାରି କରାଯାଇଛି। ବର୍ଷା ସହ ବଜ୍ରପାତର ଆଶଙ୍କା ଥିବାରୁ ବିନା ଆବଶ୍ୟକତାରେ ଘରୁ ନବାହାରିବାକୁ ଜିଲ୍ଲାପାଳ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ବିଶେଷକରି ଆଗାମୀ ୩ରୁ ୪ ଦିନ ଚାଷୀମାନେ ଚାଷଜମିକୁ ନଯିବାକୁ କୁହାଯାଇଛି।

ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତି ପାଇଁ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରାଯାଇଛି। ସମସ୍ତ ବ୍ଲକରେ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ଆବଶ୍ୟକ ହେଲେ ନଦୀ ଓ ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ।

Leave A Reply

Your email address will not be published.