Latest Odisha News

BREAKING NEWS

ଥରୁଛି ଓଡିଶା, ଆଗକୁ ଆହୁରି ଶୀତ

ଭୁବନେଶ୍ଵର: ଖସୁଛି ପାରଦ। ବଢୁଛି ଜାଡ। ରାଜ୍ୟରେ ତଳମୁହାଁ ହେଉଛି ରାତିର ତାପମାତ୍ରା। ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ବଢିଥିବା ଦେଖିବାକୁ ମିଳୁଛି। ବିଭିନ୍ନ ସ୍ଥାନରେ ଘନ କୁହୁଡି ସହିତ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି । ତେବେ ଆସନ୍ତା ୪ଦିନ ଯାଏ ରାଜ୍ୟରେ ଶୀତ ପ୍ରକୋପ ରହିବା ନେଇ…

ଓଲଟିଲା ପିକଅପ୍ ଭ୍ୟାନ, ନିଆଁ ଲାଗି ଗୋରୁ ଜୀବନ୍ତ ଦଗ୍ଧ

କପ୍ତିପଦା: ରାସ୍ତାକଡ଼କୁ ଓଲଟି ପଡ଼ିଲା ଗୋରୁ ବୋଝେଇ ପିକଅପ୍ ଭ୍ୟାନ । ଚାହୁଁ ଚାହୁଁ ଜଳିଗଲା ପୁରା ଭ୍ୟାନ । ମୟୂରଭଞ୍ଜ କପ୍ତିପଦା ଥାନା ପୋଡ଼ାଡ଼ିହା ଛକରେ ଘଟିଛି ଏହି ଘଟଣା। ଠାକୁରମୁଣ୍ଡା ଅଞ୍ଚଳରୁ ରାତିରେ ଗୋରୁ ଚୋରା ଚାଲାଣ କରୁଥିବା ଏକ ପିକଅପ୍ ଗାଡ଼ି ରାସ୍ତାକଡ଼କୁ ଓଲଟି ପଡ଼ିବା…

ଦିଲ୍ଲୀ ବାୟୁ ପ୍ରଦୁଷଣ: ସ୍କୁଲ ବନ୍ଦ, ଅନଲାଇନରେ ହେବ ପାଠପଢା

ନୂଆଦିଲ୍ଲୀ: ଦିନକୁ ଦିନ ସଙ୍ଗୀନ ହେଉଛି ଦିଲ୍ଲୀ ବାୟୁ ପ୍ରଦୁଷଣ । ଜାତୀୟ ରାଜଧାନୀର ବାୟୁମଣ୍ଡଳକୁ ଆଚ୍ଛାଦିତ କରି ରଖିଛି ଧୂଆଁ ସାଙ୍ଗକୁ କୁହୁଡ଼ି। ଫଳରେ ରାସ୍ତାଘାଟ ଦେଖାଯାଉ ନ ଥିବାବେଳେ ନିଶ୍ୱାସ ନେବାବି କଷ୍ଟକର ହୋଇ ପଡ଼ିଛି। ବଢୁଥିବା ପ୍ରଦୂଷଣ ଦୃଷ୍ଟିରେ ରଖି ଆଜିଠୁ ଦିଲ୍ଲୀରେ ସବୁ…

ଗିରଫ ହେଲା ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ

ନୂଆଦିଲ୍ଲୀ: ଗତ ଦୁଇ ସପ୍ତାହ ତଳେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲା ପୋଲିସ। ସେବେଠାରୁ ମୁମ୍ବାଇ ଏବଂ ଦିଲ୍ଲୀର ମିଳିତ ପୋଲିସ ଟିମ୍ ଅନମୋଲକୁ ଖୋଜୁଥିଲା । ଏବେ ଗ୍ୟାଙ୍ଗଷ୍ଟାର ଅନମୋଲକୁ ଗିରଫ କରିଛି ପୋଲିସ ।…

କେ ସଞ୍ଜୟ ମୂର୍ତ୍ତି ଭାରତର ନୂତନ ସିଏଜି

ନୂଆଦିଲ୍ଲୀ: ଭାରତର ନୂତନ ନିୟନ୍ତ୍ରକ ଏବଂ ମହାଲେଖା ପରୀକ୍ଷକ(ସିଏଜି) ଭାବେ ନିଯୁକ୍ତ ହୋଇଛନ୍ତି ଆଇଏଏସ ଅଫିସର କେ ସଞ୍ଜୟ ମୂର୍ତ୍ତି । କେ ସଞ୍ଜୟ ମୂର୍ତ୍ତିଙ୍କୁ ନୂତନ ସିଏଜି ଭାବେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର । ଆସନ୍ତା ନଭେମ୍ବର ୨୧ରେ ନୂତନ ସିଏଜି ମୁଖ୍ୟ ଭାବେ ଦାୟିତ୍ଵ ଗ୍ରହଣ…

ଏମ୍ସ ଡାକ୍ତରଙ୍କ ପାଇଁ ପୁନର୍ଜନ୍ମ ପାଇଲେ ଯବାନ,୨ ଘଣ୍ଟା ବନ୍ଦ ହୋଇଥିଲା ହୃଦ ସ୍ପନ୍ଦନ

ଭୁବନେଶ୍ବର: ପ୍ରାୟ ଦୁଇଘଣ୍ଟା ବନ୍ଦ ହୋଇଯାଇଥିଲା ହୃତ ସ୍ପନ୍ଦନ । କାମ କରୁ ନଥିଲା ହୃତପିଣ୍ଡ। ହେଲେ ଚିକିତ୍ସା ବିଜ୍ଞାନ ଦେଖାଇଲା ଚମତ୍କାରିତା। ଜଣେ ୨୪ ବର୍ଷୀୟ ରୋଗୀ ପାଇଲେ ନୂଆ ଜୀବନ। ଏପରି ଘଟଣା ଘଟିଛି ଭୁବନେଶ୍ୱର ଏମ୍‌ସ ହସପିଟାଲରେ। ମୃତ ଯୁବକ ତଥା ଭାରତୀୟ ସେନାର ଯବାନ ଶୁଭକାନ୍ତ…

ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ବିୟୋଗରେ ଶୋକ ପ୍ରକାଶ କଲା ବିଜେଡି

ଭୁବନେଶ୍ୱର: ଆଜି ଅପରାହ୍ନରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ଦେହାନ୍ତ ହୋଇଛି। କଟକର ଏକ ଘରୋଇ ହସ୍ପିଟାଲରେ କିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ଯୁ ହୋଇଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ଶୋକ ବ୍ୟକ୍ତ କରାଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ…

ଆମ୍ବ ଟାକୁଆ ଜାଉ ପ୍ରସଙ୍ଗରେ ବିଜେଡିର ଦାବି: ଯୋଗାଣ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ

ଭୁବନେଶ୍ୱର : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ମାଣ୍ଡିପଙ୍କା ଗ୍ରାମରେ ଆମ୍ବ କୋଇଲି ଜାଉ ଖାଇ ମୃତ୍ୟୁ ଘଟଣାରେ ଆଜି ଆଉ ଜଣଙ୍କ ମୃତ୍ୟୁ ହୋଇଛି।  ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୩ରେ ପହଁଞ୍ଚିବା ପରେ, ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡ଼ି। ଏନେଇ ସାମ୍ବାଦିକ ସମ୍ମିଳନୀ କରିଛି…

ଜୁନିୟର ଏସିଆ କପ ହକି: ଭାରତୀୟ ଦଳରେ ୩ ଓଡିଆ

ଭୁବନେଶ୍ୱର: ଜୁନିୟର ପୁରୁଷ ଏସିଆ କପ ହକି ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ମସ୍କାଟରେ ନଭେମ୍ବର ୨୬ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ୧୬ଜଣିଆ ଘୋଷିତ ଦଳରେ ୩ଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଅନମୋଲ ଏକ୍କା, ରୋଶନ କୁଜୁର ଓ ମୁକେଶ ଟପ୍ପୋ । ଅମୀର…

ଆମ୍ବ ଟାକୁଆ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କା ଆମ୍ବ ଟାକୁଆ ଜାଉ ଖାଇବା ଘଟଣାରେ ପୁଣି ଜଣଙ୍କ ଜୀବନ ଯାଇଛି। ମୃତ୍ୟୁ ସଂଖ୍ୟା ୩ ରେ ପହଞ୍ଚିଛି। କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମହିଳାଙ୍କର ଆଜି ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାଁ ଜିତା ମାଝୀ। ମୃତକ ଜିତାଙ୍କୁ ମିଶାଇ ଆମ୍ବ…