Latest Odisha News

BREAKING NEWS

ଜଳୁଛି ଲସ୍ ଆଞ୍ଜେଲସ୍; ସହାୟତାର ହାତ ବଢାଇଲା ଇରାନ

ତେହେରାନ: ଜଳୁଛି ଲସ୍ ଆଞ୍ଜେଲସ୍। ଭୟଙ୍କର ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକା ପ୍ରଚେଷ୍ଟା ଚଳାଇଛି। ଏହାରି ମଧ୍ଯରେ ଇରାନ ଆମେରିକାକୁ ସହାୟତାର ହାତ ବଢ଼ାଇଛି।

ଇରାନୀ ରେଡ କ୍ରିସେଣ୍ଟ ସୋସାଇଟି (ଆଇଆରସିଏସ୍) ଦ୍ୱାରା ସାହାଯ୍ୟ ପ୍ରଦାନ କରାଯାଇଛି। ଆଇଆରସିଏସ୍ ମୁଖ୍ୟ ପିରହୁସେନ କୋଲିଭାଣ୍ଡ ଶନିବାର ଆମେରିକୀୟ ରେଡକ୍ରସ ସିଇଓ କ୍ଲିଫ ହୋଲଜଙ୍କୁ ଏହି ସମ୍ପର୍କରେ ଏକ ବାର୍ତ୍ତା ପଠାଇଛନ୍ତି।

ଅଗ୍ନିକାଣ୍ଡ ଯୋଗୁଁ ହୋଇଥିବା କ୍ଷୟକ୍ଷତି ପାଇଁ ଇରାନ ପକ୍ଷରୁ ଦୁଃଖ ପ୍ରକାଶ ସହ ଏହାକୁ ଏକ ବଡ଼ ଦୁଃଖଦ ଘଟଣା ବୋଲି କୁହାଯାଇଛି। ଆମେ ଏହି ବିପର୍ଯ୍ୟୟରେ ଆମେରିକାକୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇବାକୁ ପ୍ରସ୍ତୁତ। ଦୁଇ ଦେଶ ମଧ୍ୟରେ ଦୀର୍ଘ ସମୟ ଧରି ଉତ୍ତେଜନା ଥିବା ବେଳେ ଇରାନର ସାହାଯ୍ୟକୁ ନେଇ ସବୁଠି ଚର୍ଚ୍ଚା।

ଅପରପକ୍ଷରେ ହୋଟେଜଙ୍କୁ ପଠାଯାଇଥିବା ବାର୍ତ୍ତାରେ କୁହାଯାଇଛି ଯେ, ଆମେ ଆପଣଙ୍କୁ ସାହାଯ୍ୟ କରିବାକୁ ଚାହୁଁଛୁ। ଆମର ଆଇଆରସିଏସ୍ ତୁରନ୍ତ ବିଶେଷଜ୍ଞ ଟିମ୍, ରେସ୍କ୍ୟୁ ଉପକରଣ ଏବଂ ପ୍ରଶିକ୍ଷିତ କର୍ମୀଙ୍କୁ ଆମେରିକା ପଠାଇବାକୁ ପ୍ରସ୍ତୁତ ଅଛି। ପ୍ରାକୃତିକ ଏବଂ ମାନବକୃତ ବିପର୍ଯ୍ୟୟର ମୁକାବିଲା କରିବାରେ ଆମର ଦୀର୍ଘ ଅଭିଜ୍ଞତା ଅଛି। ଆମେ ଆପଣଙ୍କ ଉତ୍ତରକୁ ଅପେକ୍ଷା କରିବୁ ଯାହା ଦ୍ଵାରା ଆବଶ୍ୟକୀୟ ଆଲୋଚନା ହୋଇପାରିବ।

 

Comments are closed.