ନୂଆଦିଲ୍ଲୀ: କର୍ମଚାରୀଙ୍କ କାର୍ଯ୍ୟ ଘଣ୍ଟା ବୃଦ୍ଧି ଉପରେ ବିତର୍କ ଜାରି ରହିଥିବା ବେଳେ ଏଡେଲୱାଇସ୍ ମ୍ୟୁଚୁଆଲ୍ ଫଣ୍ଡର ଏମଡି ତଥା ସିଇଓ ରାଧିକା ଗୁପ୍ତା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି।
ରାଧିକା ଗୁପ୍ତା ତାଙ୍କ ପୋଷ୍ଟରେ କହିଛନ୍ତି, ମୁଁ ମୋର ପ୍ରଥମ ଚାକିରି ସମୟର ପ୍ରଥମ ପ୍ରୋଜେକ୍ଟରେ ଲଗାତାର ଚାରି ମାସ ପର୍ଯ୍ୟନ୍ତ ପ୍ରତି ସପ୍ତାହରେ ୧୦୦ ଘଣ୍ଟା କାମ କରିଥିଲି। କିନ୍ତୁ ମୁଁ ୯୦% ସମୟ ଦୁଃଖି ରହୁଥିଲି।
ରାଧିକା ଆହୁରି ମଧ୍ଯ କହିଥିଲେ- ମୁଁ ୧୦୦ ଘଣ୍ଟା କାମ କରିଥିଲି, କିନ୍ତୁ ମୁଁ ପ୍ରଡକ୍ଟିଭ ନଥିଲି। ଭାରତର ଏକ ମ୍ୟୁଚୁଆଲ୍ ଫଣ୍ଡ କମ୍ପାନୀର ପ୍ରଥମ ମହିଳା ସିଇଓ ହେଉଛନ୍ତି ରାଧିକା। ମୁଁ ଗୋଟିଏ ଦିନ ଛୁଟି ସହିତ ଦିନକୁ ୧୮ ଘଣ୍ଟା କାମ କରୁଥିଲି। ଏପରିକି ମୁଁ ଅଫିସ୍ ବାଥରୁମ୍ ଯାଇ ମଧ୍ଯ କାନ୍ଦୁଥିଲି। ଦେହ ଖରାପ ହୋଇଯାଇଥିଲା । ୨ ଥର ଡାକ୍ତରଖାନାରେ ଭର୍ତ୍ତି ମଧ୍ଯ ହୋଇଥିଲି।
ଅଧିକ ପଢନ୍ତୁ- ୧୦ ଘଣ୍ଟାରେ ଦୁନିଆକୁ ବଦଳାଯାଇପାରେ: ୯୦ ଘଣ୍ଟା କାର୍ଯ୍ୟକୁ ନେଇ ଆନନ୍ଦ ମହିନ୍ଦ୍ରାଙ୍କ ପ୍ରତିକ୍ରିୟା
Comments are closed.