Latest Odisha News

BREAKING NEWS

ପ୍ରଦୂଷଣ ପାଇଁ ଟ୍ୱିନସିଟିରେ କଟକଣା; ସନ୍ଧ୍ୟା ୬ରୁ ନିର୍ମାଣ କାମ ବନ୍ଦ

ଭୁବନେଶ୍ୱର: ନବ ବର୍ଷର ଆରମ୍ଭରେ ହିଁ ଭୁବନେଶ୍ୱର ଓ କଟକ ଭଳି ସହରର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) 'ଗମ୍ଭୀର' ବର୍ଗକୁ ବୃଦ୍ଧି ପାଇଥିବାରୁ ସରକାର କଠୋର କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନବବର୍ଷ ସକାଳେ ହିଁ ଭୁବନେଶ୍ୱରରେ ଏକ୍ୟୁଆଇ ୩୫୨ ଏବଂ କଟକରେ ୩୦୯ ରେକର୍ଡ…

କରୀନାଙ୍କ ପ୍ରେମରେ ପଡିଛନ୍ତି କି କାର୍ତିକ

ମୁମ୍ବାଇ: ବଲିଉଡର ନୂଆ ସୁପରଷ୍ଟାର କାର୍ତିକ ଆର୍ଯ୍ୟନ ଏବେ ପ୍ରେମରେ ପଡିଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିକଟରେ ଗ୍ରୀସର କରୀନା କୁବୁଲିୟୁଟଙ୍କ ସହ କାର୍ତିକଙ୍କ ନାମ ଯୋଡାଯାଇଛି । ୧୮ ବର୍ଷୀୟା କରୀନାଙ୍କ ସହ କାହିଁକି ତାଙ୍କ ନାମ ଯୋଡାଯାଇଛି ତାହା ମଧ୍ୟ ବେଶ ରୋଚକ…

ହୋଟେଲ୍, ଢାବାରେ କାଠ ଓ କୋଇଲା ଜାଳିଲେ ଲାଗିବ ଫାଇନ: ବିଏମସି

ଭୁବନେଶ୍ୱର: ଅନୁଗୁଳ ଏବଂ ବାଲେଶ୍ୱର ପରେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ରାଜଧାନୀରେ ବାୟୁ ଗୁଣବତ୍ତା ହ୍ରାସ କରିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛି।ହୋଟେଲ ଏବଂ ଢାବାରେ କୋଇଲା କିମ୍ବା କାଠ ଚୁଲା ବ୍ୟବହାର କରିବା ଉପରେ କଟକଣା ଲଗାଇଛି ବିଏମସି। ଏହି ପ୍ରକାରର…

ଆସନ୍ତାକାଲି ବନକଲାଗି ନୀତି: ୫ ଘଣ୍ଟା ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ

ପୁରୀ: ଆସନ୍ତାକାଲି ମାଘ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶୃଙ୍ଗାର କରିବେ। ଦ୍ବିତୀୟ ଭୋଗମଣ୍ଡପ ପରେ ଏହି ନୀତି ଆରମ୍ଭ ହେବ। ଏଥିପାଇଁ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର…

ବାଲି ନେଲା ଜୀବନ; ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଦୁର୍ଘଟଣାରେ ସାମ୍ବାଦିକାଙ୍କ ସମେତ ୨ ମୃତ

ଭୁବନେଶ୍ୱର: ପିପିଲି ମଙ୍ଗଳପୁର ଛକ ନିକଟ ଜାତୀୟ ରାଜପଥ-୩୧୬ରେ ମଙ୍ଗଳବାର ଦିନ ସଡ଼କ ଦୁର୍ଘଟଣାରେ ଏକ ସ୍ଥାନୀୟ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଶୀଲା ପଟ୍ଟନାୟକ। ସେ ଭୁବନେଶ୍ୱରର ବାସିନ୍ଦା ହୋଇଥିଲା ବେଳେ ତାଙ୍କ ପରିବାରରେ ନାବାଳକ ପୁଅ ଏବଂ…

Demand For Ban Non-Hindus: କୁମ୍ଭମେଳା ଏରିଆରେ ନିଷେଧ ହେବ ଅଣହିନ୍ଦୁଙ୍କ ପ୍ରବେଶ, ମୁଖ୍ୟମନ୍ତ୍ରୀ ଧାମିଙ୍କ ଆଗରେ…

ଡେରାଡୁନ୍: ହରିଦ୍ୱାରରେ ଅଣହିନ୍ଦୁଙ୍କ ପାଇଁ କୁମ୍ଭମେଳା ନିଷେଧ କରିବା ଦାବି ଉତ୍ତରାଖଣ୍ଡର ରାଜନୈତିକ ଏବଂ ଧାର୍ମିକ ମହଲରେ ଏକ ନୂତନ ବିତର୍କ ସୃଷ୍ଟି କରିଛି। ତୀର୍ଥଯାତ୍ରୀ ଏବଂ ଶ୍ରୀ ଗଙ୍ଗା ସଭା ଏହି ଅଞ୍ଚଳକୁ "ସନାତନ ପବିତ୍ର ସହର" ଘୋଷଣା କରିବାକୁ ସମର୍ଥନ କରୁଥିବା ବେଳେ, ହରିଦ୍ୱାର…

Srimandir News: ପୁଣି ଶ୍ରୀମନ୍ଦିର ଭିତରେ ମିଳିଲା ବାହାର ଘିଅ, ୨ ସୁଆରଙ୍କୁ ନୋଟିସ ଜାରି

ପୁରୀ: ଅନେକ ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିରରେ ଘିଅ ବ୍ୟବହାର ନେଇ ବିବାଦ ଉପୁଜିଛି । ଶ୍ରୀମନ୍ଦିର ପରିସରରେ ଓମଫେଡ ଘିଅ ବଦଳରେ ବାହାରୁ ଅନ୍ୟ ଖୋଲା ଘିଅ ମିଳିଥିବାବେଳେ ଏହାକୁ ଜବତ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏ ସମ୍ପର୍କରେ ସୁଆର ମହାସୁଆର ନିଯୋଗକୁ ସୂଚିତ କରିଛି ଶ୍ରୀମନ୍ଦିର…

ଜଣ୍ଡିସ ବ୍ୟାପିବା ଘଟଣାରେ ସ୍ଥିତି ପରିଖିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଖୋର୍ଦ୍ଧା: ଜଣ୍ଡିସ ବ୍ୟାପିବା ଘଟଣାରେ ସ୍ଥିତି ପରିଖିଛି କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ସାମ୍ପୁଲ୍ ସଂଗ୍ରହ କରାଯାଇଛି ଏବଂ ଏହି ମାମଲାରେ ଖୋର୍ଦ୍ଧା ଜିଲ୍ଲା ଟିମ୍ ଆକ୍ଟିଭ ଅଛି। ପ୍ରାୟ ହେପାଟାଇଟିସ A ବୋଲି ଜଣାପଡ଼ିଛି। ଏହା ଇଣ୍ଡେକ୍ସ କେସ୍‌ ଅନୁମାନ କରାଯାଉଛି। ଏହା ଜଳବାହିତ…

ODISHA VIGILANCE: ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡିଗଲେ ଫରେଷ୍ଟର ବାବୁ

ବଲାଙ୍ଗୀର: ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡିଗଲେ ଫରେଷ୍ଟର ବାବୁ। ଲାଞ୍ଚୁଆ ଫରେଷ୍ଟରଙ୍କୁ ଧରିଲା ଭିଜିଲାନ୍ସ ଟିମ୍। ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଫରେଷ୍ଟର ଅଶୋକ କୁମାର ନାୟକଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ସୂଚନା ମୁତାବକ କୌଶିକ କୁମାର ଭୋଇ ନାମକ ଜଣେ ବ୍ୟକ୍ତିଠାରୁ…

ନାବାଳିକାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ଅଭିଯୋଗ, ଯୁବକ ଗିରଫ

କଟକ: ଭାଇରାଲ ହେଲା ନାବାଳିକାଙ୍କ ଅଶ୍ଲୀଳ ଭିଡିଓ। ଏନେଇ ସାଇବର ଥାନାରେ ଅଭିଯୋଗ ହେବା ପରେ ଯୁବକକୁ ବାନ୍ଧିଲା ପୋଲିସ। ଅଶ୍ଲୀଳ ଭିଡିଓ ବିଭିନ୍ନ ହ୍ୱାଟସ୍ଆପ୍ ଗ୍ରୁପ୍‌ରୁ ଓ ସୋସିଆଲ୍ ମିଡିଆରେ ବାରମ୍ବାର ଫରୱାଡ୍ କରିବା ଅଭିଯୋଗରେ କଟକ ସାଇବର୍ ଥାନା ପୋଲିସ ମୁକେଶ ବାରିକକୁ ଗିରଫ କରି…