Latest Odisha News

BREAKING NEWS

ମୁଁ ଖମେନେଇଙ୍କୁ ଶେଷ କରିଛି, ଗତ ୪୦ ବର୍ଷ ଧରି ଏହା କରିବାକୁ ଚାହୁଁଥିଲି: ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଜେରୁସେଲମ୍: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ ଇସ୍ରାଏଲ୍ ସେନା ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲି ଖମେନେଇ ଏବଂ ବହୁ ବରିଷ୍ଠ ଶାସନ ଅଧିକାରୀଙ୍କୁ ହତ୍ୟା କରିଛନ୍ତି । ତେଲ ଅଭିଭରେ ଥିବା ସାମରିକ ମୁଖ୍ୟାଳୟ କିରିଆର ଛାତରୁ ଜାରି ଏକ ସରକାରୀ ବିବୃତ୍ତିରେ ନେତାନ୍ୟାହୁ କହିଛନ୍ତି ଯେ, ଇସ୍ରାଏଲ ଏବେ ଇରାନର ରାଜଧାନୀ ତେହେରାନର କେନ୍ଦ୍ର ଉପରେ ଆକ୍ରମଣ କରୁଛି ।

ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି, “ମୁଁ ପ୍ରତିରକ୍ଷା ମନ୍ତ୍ରୀ, ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF)ର ମୁଖ୍ୟ ଏବଂ ମୋସାଦର ନିର୍ଦ୍ଦେଶକଙ୍କ ସହ ସାକ୍ଷାତ ଶେଷ କରିଛି । ମୁଁ ଅପରେସନ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛି । ଶନିବାର ଆମେ ଏକଛତ୍ରବାଦୀ ଖମନେଇଙ୍କୁ ହତ୍ୟା କରିଛୁ । ତାଙ୍କ ସହିତ, ଆମେ ଦମନକାରୀ ଶାସନର ବହୁ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ନିପାତ କରିଛୁ । ଆମର ସେନା ଏବେ ତେହେରାନର କେନ୍ଦ୍ର ଉପରେ ତୀବ୍ରତା ସହିତ ଆକ୍ରମଣ କରୁଛନ୍ତି, ଏବଂ ଆଗାମୀ ଦିନରେ ଏହି ତୀବ୍ରତା ଆହୁରି ବୃଦ୍ଧି ପାଇବ।”

ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଆହୁରି କହିଛନ୍ତି, “ତଥାପି, ଏହି ଦିନଗୁଡ଼ିକ ଅତ୍ୟନ୍ତ ଯନ୍ତ୍ରଣାଦାୟକ । ଆମେ ତେଲ ଅଭିଭ ଏବଂ ବର୍ତ୍ତମାନ ବେଟ୍ ଶେମେଶ ରେ ପ୍ରିୟଜନଙ୍କୁ ହରାଇଛୁ । ମୋର ସମବେଦନା ସେମାନଙ୍କ ପରିବାର ସହିତ, ଏବଂ ଆପଣ ସମସ୍ତ ଇସ୍ରାଏଲୀ ନାଗରିକଙ୍କ ପକ୍ଷରୁ, ମୁଁ ଆହତମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି।”

“ମୁଁ ଗତ ୪୦ ବର୍ଷ ଧରି ଏହା କରିବାକୁ ଚାହୁଁଥିଲି”

ସେ ଆହୁରି କହିଛନ୍ତି ଯେ, “ଆମେ ଏକ ଅଭିଯାନରେ ନିୟୋଜିତ ଅଛୁ ଯେଉଁଥିରେ ଆମେ ଆମର ସୁରକ୍ଷା ଏବଂ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ଅଭୂତପୂର୍ବ ସ୍ତରରେ IDF ର ପୂର୍ଣ୍ଣ ଶକ୍ତି ନିୟୋଜିତ କରୁଛୁ । ଏହି ଅଭିଯାନରେ ଆମେ ଆମେରିକା, ମୋର ବନ୍ଧୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଆମେରିକୀୟ ସେନା ଦ୍ୱାରା ମଧ୍ୟ ସମର୍ଥିତ । ଶକ୍ତିର ଏହି ଗଠବନ୍ଧନ ଆମକୁ ତାହା କରିବାରେ ସମରଥ କରାଇଥାଏ ଯାହା ଗତ ୪୦ ବର୍ଷ ଧରି ମୁଁ କରିବାକୁ ଚାହୁଁଥିଲି ତାହା କରିବାକୁ ସକ୍ଷମ ହୋଇଛି । ଆତଙ୍କବାଦର ରାଜତ୍ୱକୁ ମୂଳପୋଛ କରିବା । ମୁଁ ଯାହା ପ୍ରତିଶ୍ରୁତି ଦେଇଥିଲି, ଏବଂ ଆମେ ତାହା କରିବୁ।”

Comments are closed.