Latest Odisha News

BREAKING NEWS

India-US Trade Deal: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ ବାଜିବ କି ମୋହର?ଆମେରିକୀୟ ଦଳ ଖୁବ୍‌ଶୀଘ୍ର ଆସୁଛନ୍ତି…

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଅଟକି ରହିଥିବା ବାଣିଜ୍ୟ ଚୁକ୍ତି ଖୁବ୍ ଶୀଘ୍ର ଚୂଡ଼ାନ୍ତ ହୋଇପାରେ। ଆସନ୍ତା ସପ୍ତାହରେ ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମାର ପ୍ରଥମ ପର୍ଯ୍ୟାୟ ଆଲୋଚନାକୁ ଚୂଡ଼ାନ୍ତ କରିବା ଲକ୍ଷ୍ୟରେ ଆମେରିକୀୟ ଅଧିକାରୀଙ୍କ ଏକ ଦଳ ଭାରତ ଆସୁଛନ୍ତି…

T20 Match Ticket: ବାରବାଟୀ ଟି- ଟ୍ବେଣ୍ଟି ମ୍ୟାଚ ଟିକଟ କଳାବଜାରୀ; ୪ ଗିରଫ ଓ ୨୧ ଟିକଟ ଜବତ

କଟକ: ବାରବାଟୀ ଟି-ଟ୍ବେଣ୍ଟି ଟିକେଟ କଳାବଜାରୀ ଅଭିଯୋଗରେ ପୁଲିସ ୪ଜଣଙ୍କୁ ଗିରଫ କରିଛି। । ସେମାନଙ୍କ ନିକଟରୁ ଟି-୨୦ ମ୍ୟାଚର ୨୧ଟି ଟିକେଟ୍ ପୋଲିସ ଜବତ କରିଛି। ବିଡାନାସୀ ପୋଲିସ ଦ୍ବାରା ୨ ଜଣ ଗିରଫ ହୋଇଛନ୍ତି ଓ ଅଭିଯୁକ୍ତମାନଙ୍କ ଠାରୁ ୧୨ ଟିକେଟ ଜବତ ହୋଇଛି । ଏପଟେ ଦରଘା ବଜାର ପୋଲିସ…

ସଡ଼କ ଦୁର୍ଘଟଣା ହେଲା କାଳ; ଆଖିବୁଜିଲେ ଲୋକପ୍ରିୟ ଯାତ୍ରା କଳାକାର ଗୁରୁ ପୃଷ୍ଟି

ଭଦ୍ରକ: ଯାତ୍ରା ଜଗତ ପାଇଁ ଏକ ଦୁଃଖଦ ଘଟଣା । ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ରବିବାର ସନ୍ଧ୍ୟାରେ ଭଦ୍ରକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ୧୬ ନମ୍ବର ଜାତୀୟ ରାଜପଥର…

ବେଆଇନ ଶ୍ରମିକ ଚାଲାଣ ଅଭିଯୋଗରେ ୨ ଗିରଫ; ଶିଶୁଙ୍କ ସହ…

ବଲାଙ୍ଗୀର: ତୁରେଇକେଲା ପୋଲିସ ଆନ୍ଧ୍ରପ୍ରଦେଶ ଇଟା ଭାଟିକୁ କାମ ପାଇଁ ବେଆଇନ ଭାବେ ପଠାଯାଉଥିବା ୭ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏଥିସହ ୩ ଜଣ ଶିଶୁଙ୍କୁ ବି ଉଦ୍ଧାର କରାଯାଇଛି। ଏହି ଘଟଣାରେ ଶ୍ରମିକ ଚାଲାଣ କରୁଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଶନିବାର ମଧ୍ୟ ରାତ୍ରରେ ଗିରଫ…

ଗହୀରମଥାରୁ ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

କେନ୍ଦ୍ରାପଡା: ବନ ବିଭାଗ ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି । ଏଥିସହ ୨ଟି ଟ୍ରଲରକୁ ଜବତ କରାଯାଇଛି । ଏହିମାନେ ଅଲିଭରିଡ୍‌ଲେ କଇଁଚ୍ଛଙ୍କ ସୁରକ୍ଷା ପାଇଁ ରହିଥିବା ନିଷିଦ୍ଧାଞ୍ଚଳରେ ମାଛ ମାରୁଥିଲେ । ଗିରଫ ​‌ହୋଇଥିବା ମତ୍ସ୍ୟଜୀବୀମାନେ ବାଲେଶ୍ଵର ଏବଂ…

ଓଡ଼ିଶା, ଛତିଶଗଡ଼ ଏବଂ ଆନ୍ଧ୍ରର ବିକାଶକୁ ତ୍ୱରାନ୍ୱିତ କରିବ ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର

ଭୁବନେଶ୍ବର: ଓଡ଼ିଶା, ଛତିଶଗଡ଼ ଏବଂ ଆନ୍ଧ୍ରର ବିକାଶକୁ ତ୍ୱରାନ୍ୱିତ କରିବ ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ହେଉଥିବା ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର, ଛତିଶଗଡ଼ର ବନାଞ୍ଚଳ, ଓଡ଼ିଶାର ଖଣିଜ ସମୃଦ୍ଧ କ୍ଷେତ୍ର ଏବଂ…

ଏସ. ଜୟଶଙ୍କରଙ୍କ ମନ୍ତବ୍ୟକୁ ନେଇ ଚିହିଁକିଲା ପାକିସ୍ତାନ…

ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ବିବୃତ୍ତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ, ଭିତ୍ତିହୀନ ଏବଂ ଦାୟିତ୍ୱହୀନ ବୋଲି ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ତାହିର ଆଦରାବି ଏକ ଲିଖିତ ବିବୃତ୍ତି ଜାରି କରି କହିଛନ୍ତି। ଏହିପରି ମନ୍ତବ୍ୟକୁ ପାକିସ୍ତାନ…

ବାରବାଟୀରେ ଆନ୍ତର୍ଜାତୀୟ ଟି୨୦: ଦକ୍ଷିଣ ଆଫ୍ରିକା ପଲା ଭାରୀ

କଟକର ବାରବାଟୀ ଷ୍ଟାଡିୟମକୁ ଫେରିଛି ଆନ୍ତର୍ଜାତୀୟ ଟି୨୦ ମୁକାବିଲା । ସବୁ କିଛି ପ୍ରସ୍ତୁତି ହୋଇଛି ଶେଷ । ଡିସେମ୍ବର ୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଭାରତ ଟେଷ୍ଟ ସିରିଜ ହାତଛଡା…

ଦେବଦାସ ଛୋଟରାୟଙ୍କ ‘ଆମ ସମୟର ମଣିଷ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର: ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମେଳା ୨୦୨୫ର ଦ୍ୱିତୀୟ ଦିବସରେ କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟର ଷ୍ଟଲରେ ଉପସ୍ଥାପିତ ସଂଗ୍ରହକୁ ଅନେକ ସାହିତ୍ୟିକ, ଛାତ୍ର ଓ ପୁସ୍ତକପ୍ରେମୀ ଉପଭୋଗ କରିଥିଲେ । ସନ୍ଧ୍ୟା ୫ଟାରେ ଖ୍ୟାତନାମା ଲେଖକ ଦେବଦାସ ଛୋଟରାୟଙ୍କ ପୁସ୍ତକ "ଆମ ସମୟର ମଣିଷ"…

Naxal Surrender: କୁଖ୍ୟାତ ନକ୍ସଲ ଦମ୍ପତିଙ୍କ ଆତ୍ମସମର୍ପଣ, ମୁଣ୍ଡରେ ଥିଲା ୩୩ ଲକ୍ଷ

ରାୟପୁର: ଛତିଶଗଡ଼ର ସୁକମା ଜିଲ୍ଲାରେ ସକ୍ରିୟ ମାଓ ନେଟୱାର୍କକୁ ଏକ ବଡ଼ ଝଟକା ଲାଗିଛି। ରବିବାର ଦିନ ଛତିଶଗଡ଼ର ଦରଭା ଡିଭିଜନର କୁଖ୍ୟାତ ନକ୍ସଲ ଦମ୍ପତି ଜୟଲାଲ ଏବଂ ଗଙ୍ଗି ସୁରକ୍ଷାବାହିନୀ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ଦୁଇଜଣ…