ସନେଟ: ଅଳସୀ
ରବି ପଣ୍ଡା
ହଳଦୀ ରଙ୍ଗରେ ରଙ୍ଗା କିଏ ଇଏ ନୂଆ ରଙ୍ଗବତୀ
ଶୀତୁଆ ସକାଳେ ପିନ୍ଧି ହସେଇ ହଳଦିଆ ପାଟ
କଅଁଳ ଖରାକୁ ପୁଏଁ, ଶିଶିରରେ ଭିଜାଏ ତା' ଛାତି
ହାଲକା ପଵନେ ହଲେ ପାଟଶାଢ଼ୀ ସବୁଜ ପଣତ।
ଶୀତ ସହ ମିତ ବସି ଗୀତ ଗାଏ ମନ ଫୁଲାଣିଆ
ସହଜେ ସୁନ୍ଦରୀମାନେ ଥା'ନ୍ତି ଟିକେ ଅଧିକ…