Latest Odisha News

BREAKING NEWS

ବିଜେପିର ୨୦୨୪ ବ୍ଲୁ-ପ୍ରିଣ୍ଟ, କି ମନ୍ତ୍ର ଦେବେ ନଡ୍ଡା ?

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶାର ୨୧ଲୋକସଭା ଆସନରୁ ୮ଟି ହାତେଇ ଥିଲା । ୨୪ରେ ସେହି ସଂଖ୍ୟା ବଢ଼ାଇବାକୁ ଗୋଟି ଚାଳନା ଆରମ୍ଭ କରିଛି ବିଜେପି । ୩ ମାସ ବ୍ୟବଧ୍ୟାନରେ ଜେପି ନଡ୍ଡା ଦ୍ୱିତୀୟ ଥର ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆସନ୍ତାକାଲି ଜେପି ନଡ୍ଡା କନ୍ଧମାଳ ଓ…

ଓଡ଼ିଶାରେ ଅଣକୁଶଳୀ ଶ୍ରମିକଙ୍କ ଠାରୁ ହୀନ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା

ଭୁବନେଶ୍ୱର: ବିଦ୍ୟାଳୟରେ ଏକକାଳୀନ ୨୫ରୁ ଅଧିକ ପିଲାଙ୍କ ପାଇଁ ରୋଷେଇ । ଭାତ ସହ ଡାଲମା ରାନ୍ଧିବେ ପାଚିକା । କିନ୍ତୁ ମାସିକ ପାରିଶ୍ରମିକ ଭାବେ ପାଇବେ ମାତ୍ର ୧୪ ଶହ ଟଙ୍କା । ଯେତେବେଳେ କି ରାଜ୍ୟ ସରକାର ଜଣେ ଅଣକୁଶଳୀ ଶ୍ରମିକଙ୍କ ଲାଗି ଦୈନିକ ମଜୁରୀ ୩୨୬ ଟଙ୍କା ଧାର୍ଯ୍ୟ କରିଛନ୍ତି ।…

ପୁଣି ଚର୍ଚ୍ଚାରେ ଲକ୍ଷେ ଟଙ୍କିଆ କାର୍, ବଜାରକୁ ଫେରିବ କି ନାନୋ ?

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଗାଡ଼ି କ୍ଷେତ୍ରରେ ଦେଶ ଆଗକୁ ବଢ଼ୁଥିବା ବେଳେ ଗାଡ଼ି ନିର୍ମାଣକାରୀ ଟାଟା କମ୍ପାନୀ ଚର୍ଚ୍ଚାରେ ରହିଛି । ୨୦୦୮ରେ ଟାଟା ଲକ୍ଷେ ଟଙ୍କିଆ ନାନୋ କାର ବଜାରକୁ ଆଣିଥିଲା । ପ୍ରାୟ ୧୦ ବର୍ଷ ଧରି ନାନୋ ବଜାରରେ ରହିବା ପରେ ୨୦୧୮ରେ କମ୍ପାନୀ ଉତ୍ପାଦନ ବନ୍ଦ କରି…

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅସୁସ୍ଥ ହୋଇ ପଡ଼ିଛନ୍ତି । ସୋମବାର ସକାଳେ ନିର୍ମଳା ସୀତାରମଣଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି । ଖବର ଅନୁସାରେ, ନିର୍ମଳାଙ୍କୁ ଆଜି ଦିନ ୧୨ଟାରେ ପ୍ରାଇଭେଟ୍ ୱାର୍ଡରେ ଭର୍ତ୍ତି କରାଯାଇଛି । ତେବେ ୬୩…

ଉପନିର୍ବାଚନ ସଙ୍କେତ, ଫମ୍ପା ହେବ କି ଶରତଙ୍କ ୯ରୁ ୯୦ ବାଣ ?

ଭୁବନେଶ୍ୱର:  ୨୦୨୪ ନିର୍ବାଚନକୁ ଆଉ ବର୍ଷେରୁ ଅଧିକ ସମୟ ବାକି ଅଛି । ତା’ପୂର୍ବରୁ ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ରାଜନୈତିକ ଗତିବିଧି ଜୋର୍ ଧରିଛି । ବିଜେପି, ବିଜେଡି ଓ କଂଗ୍ରେସ ତିନିଦଳର ନେତା କହୁଛନ୍ତି ୨୦୨୪ରେ ସେମାନେ ସରକାର ଗଢ଼ିବେ ? ତେବେ ୨୦୨୪ରେ ଓଡ଼ିଶାରେ କିଏ ଦଖଲ କରିବ…

ମହଙ୍ଗା ୨୨, ବର୍ଷ ଆରମ୍ଭରୁ କନ୍ଦାଇଥିଲା ଦରଦାମ

ନୂଆଦିଲ୍ଲୀ: ସରି ସରି ଆସୁଛି ବର୍ଷ ୨୦୨୨ । ବର୍ଷ ଆରମ୍ଭରୁ ଲୋକଙ୍କୁ ଦରଦାମ ହନ୍ତସନ୍ତ କରିଥିବା ବେଳେ ବର୍ଷ ଶେଷକୁ ବି ସେହି ଧାରା ଲାଗି ରହିଥିଲେ ମଧ୍ୟ ସାମାନ୍ୟ ଆଶ୍ୱସ୍ତି ମିଳିଛି । ତେବେ ଆସନ୍ତୁ ନଜର ପକାଇ ନେବା ବାଣିଜ୍ୟ ଓ ଆର୍ଥିକ ଦୃଷ୍ଟିରୁ କେମିତି ଥିଲା ୨୦୨୨ ମସିହା । କରୋନାର…

ଦିନକରେ ଚୀନରେ କରୋନା ସଂକ୍ରମିତ ହେଲେ ୩.୭ କୋଟି ଲୋକ

ନୂଆଦିଲ୍ଲୀ: ଚୀନରେ କରୋନା ସଂକ୍ରମଣ ଭୟାବହ ରୂପ ନେଇଛି । ଦିନକରେ ବିଶ୍ୱରେ ସର୍ବାଧିକ କୋଭିଡ୍ ସଂକ୍ରମିତ ଚୀନରେ ଚିହ୍ନଟ ହୋଇଛନ୍ତି । ଏନଡିଟିଭିର ରିପୋର୍ଟ ଅନୁସାରେ, ଚଳିତ ସପ୍ତାହର ଗୋଟିଏ ଦିନରେ ଚୀନରେ ପାଖାପାଖି ୩୭ ମିଲିୟନ୍ ଲୋକ କୋଭିଡ ଆକ୍ରାନ୍ତ ହୋଇଛନ୍ତି । ଯାହାକି କେବଳ ଚୀନ…

୪ ମାସ ହେଲାଣି କତାରରେ ବନ୍ଦୀ ଅବସରପ୍ରାପ୍ତ ୮ ଭାରତୀୟ ସେନା ଅଧିକାରୀ, କାହିଁକି ସରକାର ଚୁପ୍ ?

ନୂଆଦିଲ୍ଲୀ: ଭାରତ-କତାର ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ୫୦ ବର୍ଷ ପୂରିବାକୁ ଯାଉଛି । ଦ୍ୱିପାକ୍ଷିକ ସମ୍ପର୍କର ୫୦ ବର୍ଷ ପୂର୍ତ୍ତିକୁ ନେଇ ଭାରତ ଓ କତାର ୨୦୨୩ରେ ଉତ୍ସବ ମନାଇବେ । ଏନେଇ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ଅକ୍ଟୋବର ଶେଷ ସପ୍ତାହରେ ଟ୍ୱିଟ୍ କରିଥିଲେ । କିନ୍ତୁ ଅନ୍ୟପଟେ…

ସନ୍ଧ୍ୟାରେ ସରକାର ଜାରି କରିବେ କୋଭିଡକୁ ନେଇ ନୂଆ ଗାଇଡଲାଇନ୍

ଭୁବନେଶ୍ୱର: ବିଦେଶରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ସରକାର ସଜାଗ ଅଛନ୍ତି । ବିଶେଷକରି ଚୀନରେ ତାଣ୍ଡବ ରଚିଥିବା କରୋନାର ବିଏଫ୍.୭ ଭାରିଆଣ୍ଟ ଆକ୍ରାନ୍ତ ଓଡ଼ିଶାରେ ଚିହ୍ନଟ ପରେ ଚିନ୍ତା ବଢ଼ିଛି । ଦିନକ ପରେ ବଡ଼ଦିନ ଏବଂ ପରେ ନୂଆବର୍ଷରେ ଭିଡ଼କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି…

ଉଠା ଦୋକାନୀଙ୍କ ପ୍ରତିବାଦ ପରେ ନରମିଲା ବିଏମସି, କାଲିଠୁ ଉଚ୍ଛେଦ ବନ୍ଦ

ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ ବିଏମସି ରାସ୍ତାକଡ଼ରୁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରୁଛି । ଯାହାକୁ ନେଇ ଆଜି ପ୍ରତିବାଦ ଶାଣିତ ହେବା ପରେ ବିଏମସି ଉଚ୍ଛେଦ ବନ୍ଦ କରିଛି । ଆଜି ପଟିଆ ଓ ଡମଣା ଅଞ୍ଚଳର ଶତାଧିକ ଉଠା ଦୋକାନୀ ଉଚ୍ଛେଦର ପ୍ରତିବାଦ କରି ବିଏମସି ନର୍ଥ ଜୋନ୍ ଅଫିସ୍ ଘେରାଉ…