Latest Odisha News

BREAKING NEWS

ସନ୍ଧ୍ୟାରେ ସରକାର ଜାରି କରିବେ କୋଭିଡକୁ ନେଇ ନୂଆ ଗାଇଡଲାଇନ୍

ଭୁବନେଶ୍ୱର: ବିଦେଶରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ସରକାର ସଜାଗ ଅଛନ୍ତି । ବିଶେଷକରି ଚୀନରେ ତାଣ୍ଡବ ରଚିଥିବା କରୋନାର ବିଏଫ୍.୭ ଭାରିଆଣ୍ଟ ଆକ୍ରାନ୍ତ ଓଡ଼ିଶାରେ ଚିହ୍ନଟ ପରେ ଚିନ୍ତା ବଢ଼ିଛି । ଦିନକ ପରେ ବଡ଼ଦିନ ଏବଂ ପରେ ନୂଆବର୍ଷରେ ଭିଡ଼କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ସନ୍ଧ୍ୟାରେ ନୂଆ କୋଭିଡ୍ ଗାଇଡଲାଇନ୍ ଆଣିବାକୁ ଯାଉଛନ୍ତି ।

ତେବେ କୋଭିଡକୁ ନେଇ ରାଜ୍ୟ ସରକାର ଆଣିବାକୁ ଯାଉଥିବା ନୂଆ ଗାଇଡଲାଇନରେ କଣ ରହିବ ? ବଡ଼ଦିନ ଓ ନୂଆବର୍ଷ ସେଲିବ୍ରେସନ୍ ଉପରେ ଅଙ୍କୁଶ ଲଗାଇବେ କି ସରକାର ? ଭିଡ଼ ନିୟନ୍ତ୍ରଣ ପାଇଁ ସରକାର କଣ ନୂଆ ଉପାୟ କରିବେ ? ଏବେ ସମସ୍ତେ ତା’ଉପରେ ନଜର ରଖିଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ନୂଆ ଗାଇଡଲାଇନ୍ ଆସିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ତେବେ ବଢ଼ୁଥିବା ସଂକ୍ରମଣକୁ ଦେଖି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାସ୍କ ପରିଧାନ ଉପରେ ଗୁରୁତ୍ୱ ଦେଇଛନ୍ତି । ଲକ୍ଷଣ ଥିବା ଲୋକଙ୍କୁ ଅଗ୍ରାଧିକାର ଦେଇ କୋଭିଡ୍ ଟେଷ୍ଟ କରାଯାଉଛି । ଏବେ ରାଜ୍ୟରେ କୋଭିଡ୍ ପଜିଟିଭିଟି ରେଟ୍ ୦.୫ ପ୍ରତିଶତ ରହିଛି । ତେବେ ବିଦେଶରେ ବଢ଼ୁଥିବା ସଂକ୍ରମଣକୁ ଦେଖି ଭୟଭୀତ ନହୋଇ ସତର୍କ ହେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.