Latest Odisha News

BREAKING NEWS

ଓଡ଼ିଶାରେ ଅଣକୁଶଳୀ ଶ୍ରମିକଙ୍କ ଠାରୁ ହୀନ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା

ଭୁବନେଶ୍ୱର: ବିଦ୍ୟାଳୟରେ ଏକକାଳୀନ ୨୫ରୁ ଅଧିକ ପିଲାଙ୍କ ପାଇଁ ରୋଷେଇ । ଭାତ ସହ ଡାଲମା ରାନ୍ଧିବେ ପାଚିକା । କିନ୍ତୁ ମାସିକ ପାରିଶ୍ରମିକ ଭାବେ ପାଇବେ ମାତ୍ର ୧୪ ଶହ ଟଙ୍କା । ଯେତେବେଳେ କି ରାଜ୍ୟ ସରକାର ଜଣେ ଅଣକୁଶଳୀ ଶ୍ରମିକଙ୍କ ଲାଗି ଦୈନିକ ମଜୁରୀ ୩୨୬ ଟଙ୍କା ଧାର୍ଯ୍ୟ କରିଛନ୍ତି । ସେହି ଦୃଷ୍ଟିରୁ ଦେଖିଲେ ଜଣେ ଅଣକୁଶଳୀ ଶ୍ରମିକ ମାସ ଯାକ କାମ ହେଲେ ୯ ହଜାର ଟଙ୍କା ରୋଜଗାର କରିବ ।

କିନ୍ତୁ ପାଚିକା ସହାୟିକା ମାସ ଯାକ ଖଟି ପାଇବେ ମାତ୍ର ୧୪୦୦ ଟଙ୍କା । ପାଚିକାଙ୍କ ଦୈନିକ ମଜୁରୀ ହିସାବ କଲେ ୪୬ ଟଙ୍କା ୬୬ ପଇସା ପଡ଼ୁଛି । ଯାହାକୁ ନେଇ ଆଜି ଓଡ଼ିଶା ମିଡ୍ ଡେ ମିଲ୍ ୱାର୍କର୍ସ ୟୁନିଅନ୍ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଛି ।

ପାଚିକା ସହାୟିକା ମାନଙ୍କୁ ଶ୍ରମିକର ମାନ୍ୟତା, ଶିକ୍ଷା ବିଭାଗରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନ୍ୟତା, ମାସିକ ୨୬ ହଜାର ଟଙ୍କା ଦରମା, ବେଆଇନ୍ ଛଟେଇ ବନ୍ଦ ସହ ପୁନଃ ନିଯୁକ୍ତି, ଅବସର ବୟସ ୬୨କୁ ବୃଦ୍ଧି, ସାମାଜିକ ସୁରକ୍ଷା ବ୍ୟବସ୍ଥା, ୨୮ ମାସର ବକେୟା ଭତ୍ତା ପ୍ରଦାନ, ୧୦ ମାସ ବଦଳରେ ୧୨ ମାସର ଦରମା ପ୍ରଦାନ ସହ ମାସିକ ୧୦ ହଜାର ଟଙ୍କା ପେନସନ୍ ଦାବି କରିଛନ୍ତି ପାଚିକା ସହାୟିକା ।

ଓଡ଼ିଶାରେ ପାଚିକାଙ୍କୁ ମାସିକ ୧୪ ଶହ ଟଙ୍କା ହିସାବରେ ସରକାର ମାତ୍ର ୧୪ ହଜାର ଟଙ୍କା ଦେଉଛନ୍ତି । କେରଳ ରାଜ୍ୟରେ ପାଚିକା ମାସିକ ୧୪ ହଜାର ଟଙ୍କା ପାଉଥିବା ବେଳେ କର୍ଣ୍ଣାଟକ, ହରିଆଣା, ୟୁପି ଆଦି ରାଜ୍ୟରେ ମାସିକ ୩୫୦୦ରୁ ୭ ହଜାର ଟଙ୍କା ପାଉଛନ୍ତି । ଏଭଳି ସ୍ଥିତିରେ ସରକାର ଦାବି ନ ଶୁଣିଲେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ପାଚିକା ସହାୟିକା ।

Leave A Reply

Your email address will not be published.