Latest Odisha News

BREAKING NEWS

ଅଟୋ ଡ୍ରାଇଭରଙ୍କ ନିଆରା ପଦକ୍ଷେପ, ନିଜ ଷ୍ଟାର୍ଟଅପ୍ ପାଇଁ କଲେ… 

ବେଙ୍ଗାଲୁରୁ: ବେଙ୍ଗାଲୁରୁ ସହରରେ ଷ୍ଟାର୍ଟଅପ କରିବାକୁ ଅନେକ ଲୋକ ସେମାନଙ୍କ ନୂତନ ଚିନ୍ତାଧାରା ଧରି ପ୍ରଚେଷ୍ଟା କରିବାରେ ଲାଗିଥାନ୍ତି। କିନ୍ତୁ ଷ୍ଟାର୍ଟଅପ୍ ପାଇଁ ବାଧକ ସାଜେ ପାଣ୍ଠି। ତେବେ  ଷ୍ଟାର୍ଟଅପ୍ ନିମନ୍ତେ ପାଣ୍ଠି ସଂଗ୍ରହ କରିବା ପାଇଁ ଅନେକ ନିବେଶକଙ୍କ ନିକଟକୁ ଯାଇଥାନ୍ତି।

ତେବେ ସୋସିଆଲ ମିଡିଆରେ ଏଭଳି ଏକ ପୋଷ୍ଟ ଭାଇରାଲ ହୋଇଛି। ଯେଉଁଥିରେ ପାଣ୍ଠି ସଂଗ୍ରହ ପାଇଁ ବେଙ୍ଗାଲୁରୁର ଜଣେ ଅଟୋ ଡ୍ରାଇଭରଙ୍କ ଅନନ୍ୟ ଉଦ୍ୟମ ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ସେ ଅଟୋରେ ଏକ ପୋଷ୍ଟର ମାରିଛନ୍ତି। ଯେଉଁଥିରେ ଅଟୋ ଡ୍ରାଇଭର ଜଣକ ଷ୍ଟାର୍ଟଅପ୍ ବ୍ୟବସାୟ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଅଟୋ ପଛରେ ବସିଥିବା ଯାତ୍ରୀମାନଙ୍କୁ ଆପ୍ରୋଚ୍ କରୁଛନ୍ତି।

ଏହି ପୋଷ୍ଟରେ ଲେଖିଛନ୍ତି ଯେ ‘ହାଏ ପାସେଞ୍ଜର, ମୋର ନାମ ସାମୁଏଲ୍ କ୍ରିଷ୍ଟି। ମୁଁ ଗ୍ରାଜୁଏଟ କରିଛି ଓ ମୁଁ ମୋର ଷ୍ଟାର୍ଟଅପ୍ ବ୍ୟବସାୟ ପାଇଁ ପାଣ୍ଠି ସଂଗ୍ରହ କରୁଛି। ଯଦି ଆପଣ ଏଥିରେ ଆଗ୍ରହୀ ତେବେ ଦୟାକରି ମୋ ସହିତ କଥା ହୁଅନ୍ତୁ। ତେବେ ଜଣେ ଯାତ୍ରୀ ଏହାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି।

 

Comments are closed.