ମୁମ୍ବାଇ: ପାରିବାରିକ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇ ରାଜଶ୍ରୀ ପ୍ରଡକ୍ସନ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ମହାନ ନିର୍ଦ୍ଦେଶକ ସୂରଜ ବଡଜାତ୍ୟାଙ୍କ ପୁଅ ଅବନୀଶ ଏହି ବ୍ୟାନର ତଳେ ମନୋରଞ୍ଜନ ଦୁନିଆରେ ପାଦ ଥାପିବେ । ସେ ନିର୍ଦ୍ଦେଶକ ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ଗୁରୁବାର ରାଜଶ୍ରୀ ପ୍ରଡକ୍ସନ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଏଥିସହ ଅବନୀଶ ନିର୍ଦ୍ଦେଶନା ଦେବାକୁ ଥିବା ଫିଲ୍ମର ନାମ ଦୋନୋ ରଖାଯାଇଛି । ଫିଲ୍ମର ଷ୍ଟାର କାଷ୍ଟ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ । ତେବେ କେତେକ ୱେବସାଇଟ ଅନୁସାରେ ସନୀ ଦେଓଲଙ୍କ ପୁଅ ରାଜବୀର ଓ ପୁନମ ଢ଼ିଲୋଙ୍କ ଝିଅ ପାଲୋମା ଠକେରିୟା ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ ।
ଏହା ଏକ ରୋମାଂଟିକ ଡ୍ରାମା ହେବ । ସୂଚନାଯୋଗ୍ୟ, ୧୯୮୯ରେ ସୂରଜଙ୍କ ମୈନେ ପ୍ୟାର କିୟା ଫିଲ୍ମ ମାଧ୍ୟମରେ ସଲମାନ ଖାଁ ବଲିଉଡର ନିଜ ସ୍ଥିତି ମଜଭୁତ କରିପାରିଥିଲେ । ଏହା ପରେ ସେ ହମ ଆପକେ ହେ କୌନ, ହମ ସାଥ ସାଥ ହେ, ବିବାହ, ପ୍ରେମ ରତନ ଧନ ପାୟୋ ପରି ସୁପରହିଟ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ସୂରଜ ଏବେ ସଲମାନଙ୍କ ସହ ପ୍ରେମ କି ଶାଦୀ ଫିଲ୍ମର ଶୁଟିଂ ନେଇ ବ୍ୟସ୍ତ ଅଛନ୍ତି ।
Comments are closed.