Latest Odisha News

ଆଇନ ଜାଲରେ ‘ଇଣ୍ଡିଆ’

ଭୁବନେଶ୍ୱର: ଗଠନ ହେବାଠାରୁ ବିବାଦ ଇଣ୍ଡିଆର ପିଛା ଛାଡୁନି। ମିଳିତ ବିରୋଧୀ ମେଣ୍ଟର ନୂଆ ନାଁ ଇଣ୍ଡିଆ ରଖାଯିବା ପରେ ବିଜେପି ଏହାକୁ ତୀଵ୍ର ବିରୋଧ କରିଛି।

ଇଣ୍ଡିଆ ନାଁ ପଞ୍ଜିକୃତ ହୋଇପାରିବ କି ନାହିଁ ତାକୁ ନେଇ ବିତର୍କ ଆରମ୍ଭ ହୋଇଛି। ସେପଟେ ଠିକ ଏଭଳି ସମୟରେ ବିରୋଧୀ ମେଣ୍ଟର ନାଁ ଇଣ୍ଡିଆ ଦିଆଯିବାକୁ ନେଇ ୨୬ ଟି ବିରୋଧୀ ଦଳ ବିରୋଧରେ ଏତଲା ଦିଆଯାଇଛି।

ଦିଲ୍ଲୀ ପୋଲିସ ନିକଟରେ ଏ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଗୁଡିକ ବିରୋଧରେ ଅଭିଯୋଗ କରାଯାଇଛି। ଦିଲ୍ଲୀର ଜଣେ ଅଧିବାସୀ ଅଭିନିଶ ମିଶ୍ର ଏହି ଏତଲା ଦେଇଥିବା କୁହାଯାଇଛି।

ଏମବ୍ଲେମ ଆଇନ ଅନୁଯାୟୀ ଦେଶର ନାଁ ଇଣ୍ଡିଆକୁ କୌଣସି ବ୍ୟକ୍ତି ବ୍ୟବହାର କରିପାରିବେ ନାହିଁ ବୋଲି ଏତଲାରେ ଦର୍ଶାଯାଇଛି। ଏପରିକି ବିରୋଧୀ ଦଳ ଗୁଡିକ ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଏଭଳି ନା ରଖିଥିବା ଅଭିଯୋଗ ହୋଇଛି।

ସେପଟେ ଇଣ୍ଡିଆ ନାଁକୁ ନେଇ ବିଜେପି ଡରିଯାଇଥିବାରୁ ଏହାକୁ ବିରୋଧ କରି ଟିପ୍ପଣୀ ରଖୁଛି ବୋଲି ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ କହିଛନ୍ତି।

ବିରୋଧୀ ମାନଙ୍କର ଯେଉଁଦିନ ବୈଠକ ହେଲା ଠିକ ସେହିଦିନ ଏନଡିଏ ବୈଠକ କରିଥିଲା। ତେଣୁ ବିଜେପି ଓ ସହଯୋଗୀ ଦଳ ବିରୋଧୀଙ୍କ ଏକତାକୁ ନେଇ ନିଜକୁ କେତେ ଅସୁରକ୍ଷିତ ମଣୁଛନ୍ତି ଏଥିରୁ ସ୍ପଷ୍ଟ ହେଉଛି ବୋଲି ଅଖିଲେଶ କହିଛନ୍ତି।

ତେଣୁ ଏନଡିଏର ଏହି ବୈଠକ ଏକ ବିଦାୟ କାର୍ଯ୍ୟକ୍ରମ ଭାବେ ପ୍ରମାଣିତ ହେବ ବୋଲି ସେ କହିଛନ୍ତି। ସେପଟେ ସବୁ ବିରୋଧ ସତ୍ତ୍ୱେ ମଧ୍ୟ ନୁଆ ବିରୋଧୀ ମେଣ୍ଟ ଇଣ୍ଡିଆ ଦେଶକୁ ଏକ ନୂଆ ଦିଗରେ ପରିଚାଳିତ କରିବ ବୋଲି ଅଖିଲେଶ କହିଛନ୍ତି।

ତେଣୁ ଇଣ୍ଡିଆକୁ ନେଇ ଏବେ ବାଦବିବାଦ ତୀଵ୍ର ହେବା ସହ ଇଣ୍ଡିଆ ଆଇନଗତ ପ୍ରକ୍ରିୟାକୁ ମଧ୍ୟ ପ୍ରବେଶ କରିଛି। ଯାହାକୁ ନେଇ ଦେଶର ରାଜନୀତି ବେଶ ରୋଚକ ହେବାରେ ଲାଗିଛି।

Leave A Reply

Your email address will not be published.