Latest Odisha News

BREAKING NEWS

୨ ବର୍ଷରେ ରୋହିତଙ୍କ ହୋଇଛି ୬ଥର ଡୋପ ଟେଷ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ୨ ବର୍ଷରେ ସର୍ବାଧିକ ୬ଥର ଡୋପ ଟେଷ୍ଟ ହୋଇଛି । ମୁମ୍ବାଇ, ଅହମ୍ମଦାବାଦ, ଚେନ୍ନାଇ ଓ ୟୁଏଇରେ ତାଙ୍କର ଏହି ଟେଷ୍ଟ କରାଯାଇଛି । ରିଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ ଓ ଚେତେଶ୍ୱର ପୂଜାରାଙ୍କ ସମେତ ୭ ଜଣ ଖେଳାଳିଙ୍କ ଥରେ ଲେଖାଁଏ ଏହି ଟେଷ୍ଟ କରାଯାଇଛି । ୱାର୍ଲ୍ଡ ଆଂଟି ଡୋପିଂ ଏଜେନ୍ସି ପକ୍ଷରୁ ଏହି ରିପୋର୍ଟ ଜାରୀ କରାଯାଇଛି । ୱାଡା ରିପୋର୍ଟରେ ଉଲ୍ଲେଖ କରାଯାଇଛି ୨୦୨୧ ଓ ୨୨ରେ ୧୧୪ କ୍ରିକେଟର୍ସଙ୍କ ଡୋପ ଟେଷ୍ଟ କରାଯାଇଛି । ଏକ ଆରଟିଆଇ ଅବେଦନ ଯୋଗୁ ନାଡା ଏହି ତଥ୍ୟ ପ୍ରଦାନ କରିଛି । ଓଭରାଲ ୱାଡା ୨ ବର୍ଷରେ ୫୯୬୧ ଟେଷ୍ଟ କରିଛି । ଏଥିରେ ଆଥଲେଟିକ୍ସଙ୍କ ସର୍ବାଧିକ ୧୭୧୭ ଟେଷ୍ଟ ହୋଇଛି ।

ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ଅନ୍ୟ କେତେଜଣ ଖେଳାଳିଙ୍କ କୌଣସି ଟେଷ୍ଟ କରାଯାଇ ନାହିଁ । ବିସିସିଆଇ ଦ୍ୱାରା ଚୁକ୍ତିବଦ୍ଧ ୨୫ ଖେଳାଳିଙ୍କ ମଧ୍ୟରୁ ୧୨ଜଣଙ୍କର କୌଣସି ଟେଷ୍ଟ ହୋଇ ନାହିଁ । ଭାରତର ଅନ୍ୟ ଷ୍ଟାର ଆଥଲେଟଙ୍କ ମଧ୍ୟରେ ରବି ଦାହିୟାଙ୍କ ୧୮ଥର, ମୀରାବାଇ ଚାନୁଙ୍କ ୮ଥର ଓ ନୀରଜ ଚୋପ୍ରାଙ୍କ ୫ ଥର ଡୋପ ଟେଷ୍ଟ କରାଯାଇଛି ।

Leave A Reply

Your email address will not be published.