Latest Odisha News

BREAKING NEWS

ଇନ୍‍ଟାକ ପକ୍ଷରୁ ‘ମାତୃଭାଷାର ସ୍ଥିତି’ ଉପରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଇଣ୍ଡିଆନ୍‍ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲ୍‍ଚରାଲ ହେରିଟେଜ (ଇନ୍‍ଟାକ୍‍)ର ଭୁବନେଶ୍ୱର ଶାଖା ଆନୁକୂଲ୍ୟରେ , ଧଉଳିସ୍ଥିତ ଧଉଳି ଉଦ୍ୟାନରେ ‘ମାତୃଭାଷାର ସ୍ଥିତି’ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଇନ୍‍ଟାକର ରାଜ୍ୟ ଆବାହକ ଅମୀୟ ଭୂଷଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଭାଷାବିତ୍‍ ଦେବୀପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ, ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ ବସନ୍ତ କୁମାର ପଣ୍ଡା ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ ।

ମାତୃଭାଷାର ସ୍ଥିତି ସମ୍ପର୍କରେ ଆଲୋଚନା କରି ଉକ୍ତ କ୍ଷେତ୍ରରେ ଅନେକ ଗବେଷଣାର ଆବଶ୍ୟକତା ରହିଛି ବୋଲି ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ମତବ୍ୟକ୍ତ କରିଥିଲେ। ମାତୃଭାଷା ବା କଥିତ ଭାଷା ଏବଂ ଅଧ୍ୟୟନ ଅଥବା ଶିକ୍ଷାର ଭାଷା ମଧ୍ୟରେ ରହିଥିବା ପାର୍ଥକ୍ୟ ସମ୍ପର୍କରେ ଶ୍ରୀ ପଣ୍ଡା ବ୍ୟାଖ୍ୟା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଗୌରହରି ଦାସ, ବସନ୍ତ କୁମାର ପଣ୍ଡା ଏବଂ ରତିକାନ୍ତ ମିଶ୍ରଙ୍କୁ ଇନ୍‍ଟାକ ଭୁବନେଶ୍ୱର ଶାଖାରେ ନୂତନ ସଦସ୍ୟ ଭାବରେ ଗ୍ରହଣ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ଭୁବନେଶ୍ୱର ଶାଖା ଆବାହକ ବୈକୁଣ୍ଠନାଥ ପାଣିଗ୍ରାହୀ ସଂଯୋଜନା କରିଥିଲେ।

Leave A Reply

Your email address will not be published.