Latest Odisha News

BREAKING NEWS

ଆଧୁନିକତାର କାବ୍ୟ ପରମ୍ପରା ଓ କବି ଭୀମ ଭୋଇ

ପଞ୍ଚାନନ ମିଶ୍ରଙ୍କ ସ୍ୱତନ୍ତ୍ର ପ୍ରବନ୍ଧ ‘ ଚତୁର୍ଥ ଭାଗ’

କବି ଭୀମ ଭୋଇଙ୍କ ମୌଳିକତା ସମ୍ପର୍କରେ ଯୁକ୍ତି କଲାବେଳେ , କେତେମାତ୍ରାରେ ଆଧୁନିକତାର କାବ୍ୟ ପରମ୍ପରା ସହ କବି ସମ୍ପର୍କିତ ସେ ପ୍ରସଙ୍ଗରେ ସ୍ଵତଃ ପ୍ରବୃତ୍ତ ଭାବରେ ଆଲୋଚନା ହୁଏ। କବିବର ରାଧାନାଥ ରାୟ ଓ କବି ଭୀମ ଭୋଇଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ସମ୍ପର୍କରେ ସୂଚନା ଦେଇ କବି ହର ପ୍ରସାଦ ଦାସ ଲେଖନ୍ତି :

“ଭୀମ ଭୋଇ ଉନବିଂଶ ଶତାଦ୍ଦୀର ଶେଷ ଭାଗର କବି , ରାଧାନାଥଙ୍କ ସମକାଳୀନ। ଭୀମ ଭୋଇ ଓ ରାଧାନାଥ ରାୟ ଉନବିଂଶ ଶତାଦ୍ଦୀର କାବ୍ୟ କୋଟିର ଦୁଇଟି ସ୍ୱତନ୍ତ୍ର ମେରୁ। ପରସ୍ପର ସହ ଅପରିଚିତ ଦୁଇଜଣ କବି । ଏଠାରେ ଏତିକି ସୂଚାଇ ଦେଲେ ଯଥେଷ୍ଟ ହେବ ଯେ ଭୀମ ଭୋଇ ଓଡ଼ିଆ କବିତାର ମୌଳିକ ପ୍ରାଣସ୍ରୋତର ପ୍ରବାହ ଓ ରାଧାନାଥ ଗୋଟିଏ ଅତି ଶକ୍ତିଶାଳୀ ପ୍ରକ୍ଷିପ୍ତ ପ୍ଲାବନ। ସେମାନଙ୍କ ମଧ୍ୟରେ ତୂଳନା ଅବାନ୍ତର । କାହାର କେତେ ଶକ୍ତି ହିସାବ କରିବା ମଧ୍ୟ ଅନାବଶ୍ୟକ। ତେବେ ଓଡ଼ିଆ କବିତାର ଆଧୁନିକତାରେ ପରମ୍ପରାର ସଦର୍ଭ ସବୁବେଳେ ଏଇଠି ଆସି ଅଟକିବ ଓ ପଚାରିବ ଓଡ଼ିଆ କବିତାର ଓଡ଼ିଆତ୍ୱ କେଉଁଠି ?

ଏଠାରେ ଭୀମ ଭୋଇଙ୍କ ସମ୍ପର୍କରେ ଦୁଇଟି ମନ୍ତବ୍ୟ ପରିଲକ୍ଷିତ ହୁଏ। ଗୋଟିଏ ହେଲା ଯେ ଭୀମ ଭୋଇ ଓଡ଼ିଆ କବିତାର ‘ମୌଳିକ ପ୍ରାଣସ୍ରୋତର ପ୍ରବାହ’ ଓ ଅନ୍ୟଟି ହେଲା ‘ଓଡ଼ିଆ କବିତାର ଓଡ଼ିଆତ୍ୱର ପରିସ୍ଫୁଟତା ‘। ଏହି ଦୁଇଟି ବିଶେଷ ଗୁଣ ଯୋଗୁଁ ଭୀମ ଭୋଇ ଓଡ଼ିଆ କବିତାର ‘ଆଧୁନିକତାର ପରମ୍ପରା’ ସହ ଓତଃପ୍ରୋତ ଭାବରେ ଜଡ଼ିତ।

କ୍ରମଶଃ

Leave A Reply

Your email address will not be published.