Latest Odisha News

ଅଯୋଧ୍ୟାର ଶୋଭା ବଢ଼ାଉଥିବା ଆଲୋକମାଳା ଚୋରି କରି ନେଲେ

ଅଯୋଧ୍ୟା: ରାମ ଜନ୍ମଭୂମି ଅଯୋଧ୍ୟାର ଶୋଭା ବଢ଼ାଉ ଥିବା ଆଲୋକ। ଚୋରି ହୋଇଥିବା ବାମ୍ବୋ ଲାଇଟ୍ ଓ ପ୍ରୋଜେକ୍ଟର ଲାଇଟର ଦାମ ୫୦ ଲକ୍ଷ ଟଙ୍କା ହେବ।

ଏହି ପ୍ରସଙ୍ଗରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ସରକାରଙ୍କ ଉପରେ ବର୍ଷିବା ସହ ବୁଧବାର କହିଛନ୍ତି ଯେ ଅଯୋଧ୍ୟାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଚୋର ମାନେ ଚାଲେଞ୍ଜ କରିଛନ୍ତି।

ହାଇ ସିକ୍ୟୁରିଟି ଏରିଆରେ ଥିବା ଏହି ଆଲୋକ ଚୋରି ହେଇଯିବାକୁ ନେଇ ଚିନ୍ତା ବଢ଼ିଛି। ଏନେଇ ରାମ ଜନ୍ମଭୂମି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି।

ରାମପଥରେ ୬ ହଜାର ୪ଶହ ଲାଇଟ ଓ ୯୬ ପ୍ରୋଜେକ୍ଟର ଲାଇଟ୍ ଲଗାଯାଇଥିଲା।ଲାଇଟ ଲଗାଇବା ଦାୟିତ୍ୱ ୟଶ ଏଣ୍ଟରପ୍ରାଇଜେସ ଓ କ୍ରିଷ୍ଣା ଅଟୋମୋବାଇଲ୍ସକୁ ଦିଆଯାଇଥିଲା। ତେବେ କିଏ ଲାଇଟ ଚୋରିକରିନେଲା ପୋଲିସ ଏହାର ତଦନ୍ତ କରୁଛି।

ଗତ ଜାନୁଆରୀ ୨୨ରେ ଅଯୋଧ୍ୟାକୁ  ସଜାଇବା ପାଇଁ ବ୍ୟାପକ ଆଲୋକ ବ୍ୟବସ୍ଥା କରାଯାଇଥିଲା। ଚୋରି ସମ୍ପର୍କରେ କମ୍ପାନୀ ମେ’ ମେ’ ମାସରୁ ଅବଗତ ଥିବା ବେଳେ ଅଗଷ୍ଟ ୯ରେ ହିଁ ବିଧିବଦ୍ଧ ଭାବେ ଅଭିଯୋଗ କରିବା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

 

Comments are closed.