Latest Odisha News

BREAKING NEWS

ଗିରଫ ହେଲେ ଆୟୁଷ ନିର୍ଦ୍ଦେଶକ

ଭୁବନେଶ୍ୱର: ଗିରଫ ହେଲେ ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡଙ୍ଗୀ । ନିଜ ଅଫିସର ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ତାଙ୍କୁ ମହିଳା ଥାନା ପୋଲିସ ଗିରଫ କରିଛି । ମହିଳା ଥାନାରେ ଦୀର୍ଘ ସମୟ ଧରି ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଛି । ଆଇପିସି ୩୫୪(ଡି) ଏବଂ ୬୭ ଆଇଟି ଆକ୍ଟ ବଳରେ ପୋଲିସ ତାଙ୍କୁ ଗିରଫ କରିଛି । ଆଉ କିଛି ସମୟ ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ।

କିଛି ଦିନ ତଳେ ଆୟୁଷ ଅଫିସର ଜଣେ ମହିଳା କର୍ମଚାରୀ ବିଭୁପ୍ରସାଦ ଷଡଙ୍ଗୀ ନାଁରେ ଅସଦାଚରଣ ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ । ଏପରିକି ସେ ତାଙ୍କୁ ମୋବାଇଲକୁ ଅଶ୍ଳୀଳ ବାର୍ତା ପଠାଇବା ଘଟଣାରେ ଯୁବତୀ ଜଣକ ଥାନାରେ ଏତଲା ଦେଇଥିଲେ । ଆୟୁଷ ନିର୍ଦ୍ଦେଶକ ତାଙ୍କୁ ହ୍ୱାଟସଅପରେ ଅଶ୍ଳୀଳ ବାର୍ତା ପଠାଇବା ସହ ଶାରିରୀକ ସମ୍ପର୍କ ରଖିବା ପାଇଁ ଇସାରା ଦେଉଛନ୍ତି ଯୁବତୀ ଅଭିଯୋଗ ଆଣିଥିଲେ ।

Leave A Reply

Your email address will not be published.