Latest Odisha News

BREAKING NEWS

ଯୁବତୀଙ୍କୁ ଅଶ୍ଳୀଳ ମେସେଜ୍‌ ପଠାଇବା ପ୍ରସଙ୍ଗ: ନିଲମ୍ବିତ ହେଲେ ରସିକିଆ ଆୟୁଷ ନିର୍ଦ୍ଦେଶକ

ଭୁବନେଶ୍ୱର: ଶେଷରେ ନିଲମ୍ବିତ ହେଲେ ରସିକିଆ ନିର୍ଦ୍ଦେଶକ । ପୂର୍ବତନ ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଢ଼ଙ୍ଗୀଙ୍କୁ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିଲମ୍ବନ ଆଦେଶ ଦିଆଯାଇଛି । ପୂର୍ବରୁ ତାଙ୍କ ନାଁରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗ ପରେ ତାଙ୍କୁ ପୋଲିସ ଗିରଫ ମଧ୍ୟ କରିଥିଲା । ହେଲେ ସେ ବେଲ୍‌ରେ ବାହାରି ଆସିଥିଲେ । ବୁଧବାର ସାଧାରଣ ପ୍ରଶାସନ ବିଭାଗ ତାଙ୍କୁ ଚାରିକିରିରୁ ନିଲମ୍ବିତ କରିଛି ।

ବିଭୁ ପ୍ରସାଦ ତାଙ୍କ ଅଫିସ୍‌ର ଜଣେ ମହିଳା କର୍ମଚାରୀଙ୍କୁ ପ୍ରେମ ନିବେଦନ କରିବା ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ଏମିତିକି ମହିଳାଙ୍କୁ ଅଶ୍ଲୀଳ ମେସେଜ୍‌ ଓ ଭିଡିଓ ପଠାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବିଭିନ୍ ସମୟରେ ଚେଷ୍ଟା କରିଥିଲେ । ଆଉ ଶାରୀରିକ ସମ୍ପର୍କ ନରଖିଲେ ଚାକିରି ଚାଲିଯିବାର ଧମକ ମଧ୍ୟ ଦେଉଥିଲେ । ହ୍ୱାଟ୍ସଆପ ମାଧ୍ୟମରେ ହଇରାଣ କରୁଥିବାର ଅଭିଯୋଗ ମଧ୍ୟ ଆଣିଥିଲେ ଯୁବତୀ ।

ପରେ ଗତ ୯ତାରିଖ ଦିନ ଆୟୁଷ ନିର୍ଦ୍ଦେଶକଙ୍କୁ ନିଜ ଅଫିସ ର ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ମେସେଜ ପଠାଇଥିବା ଅଭିଯୋଗରେ ଗିରଫ କରାଯାଇଥିଲା । ସବୁ ତଥ୍ୟକୁ ସାମ୍ନାରେ ରଖି ତାଙ୍କୁ ଭୁବନେଶ୍ୱର ମହିଳା ଥାନା ପୋଲିସ ଗିରଫ କରିଥିଲା । ପରେ ତାଙ୍କୁ ଗତ ୧୩ ତାରିଖ ଦିନ ଜାମିନ ମିଳିଥିଲା । ୧୦ହଜାର ଟଙ୍କା ଓ ଦୁଇ ମୁଚାଲିକାଙ୍କ ପ୍ରତି ବଦଳରେ ତାଙ୍କୁ ଜାମିନ ମିଳିଥିଲା ।

Leave A Reply

Your email address will not be published.