Latest Odisha News

BREAKING NEWS

Ayushman Yojana: ଆଗାମୀ ୩ ଦିନରେ ‘ଆୟୁଷ୍ମାନ’ ଯୋଜନା ସମସ୍ୟାର ସମାଧାନ ହେବ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ‘ଆୟୁଷ୍ମାନ’ ଯୋଜନାକୁ ନେଇ ବଡ ଅପଡେଟ୍ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ଆୟୁଷ୍ମାନ ଭାରତ କାର୍ଡ ସମ୍ପର୍କିତ ସମସ୍ତ ସମସ୍ୟା ଖୁବଶୀଘ୍ର ସମାଧାନ ହେବ । ‘ଆୟୁଷ୍ମାନ’ ଯୋଜନା ସମସ୍ୟାର ସମାଧାନ ଆସନ୍ତା ୩ ଦିନରେ ହେବ । ଆଗାମୀ ଦିନରେ ଆୟୁଷ୍ମାନ ଭାରତର ସମସ୍ତ ଡାଟା ଓଡ଼ିଆରେ ଉପଲବ୍ଧ ହେବ । ଫଳରେ ସାଧାରଣ ଲୋକଙ୍କୁ ଯୋଜନା ବୁଝିବା ଓ ସୁବିଧା ନେବା ଅଧିକ ସହଜ ହେବ ।

ଯେଉଁ ହିତାଧିକାରୀଙ୍କର ଆୟୁଷ୍ମାନ କାର୍ଡ ହୋଇନାହିଁ, ସେମାନେ ଆବେଦନ କରିପାରିବେ । ହିତାଧିକାରୀମାନେ ଡିଜିଟାଲ୍ ମାଧ୍ୟମରେ ତଥ୍ୟ ଦେଖିପାରିବେ ଓ ଆବେଦନ ସ୍ଥିତି ଜାଣିପାରିବେ । ଆୟୁଷ୍ମାନ ଯୋଜନାର ସୁବିଧା ପାଇଁ ୩ଟି ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.