Latest Odisha News

BREAKING NEWS

ଆଜାଦୀ କା ଅମୃତ ମହୋତ୍ସବରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ

ପୁରୀ: ପୁରୀ ବେଳାଭୂମିରେ ୭୫ତମ ଆଜାଦୀ କା ଅମୃତ ମହୋତ୍ସବ। ଦୁଇଦିନିଆ ପୁରୀ ଗସ୍ତରେ ଆସି କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ପୁରୀ ବ୍ଲୁଫ୍ଲାଗ ବେଳାଭୂମିରେ ଝାଉଁ ରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ବାର୍ତ୍ତା ‘ମୋ ବିଚ୍ ସୁରକ୍ଷା ମୁଁ କରିବି’। ଦେଶର ଆଜି ଏକକାଳୀନ ଦଶଟି ବେଳାଭୂମିରେ ଏହି କାର୍ଯ୍ୟକ୍ରମ କରି ସଚେତନତାର ବାର୍ତ୍ତା ଦିଆଯାଇଛି। ବେଳାଭୂମିର ସୌନ୍ଦର୍ଯ୍ୟ ନଷ୍ଟ କରୁଥିବା କକ୍ରିଂଟ୍ ଜଙ୍ଗଲକୁ ହଟାଯିବ ଆଉ ସିଆରଜେଡ଼୍ ନିୟମକୁ କଡ଼ାକଡ଼ି ଅନୁପାଳନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ପୁରୀ ବେଳାଭୂମିରେ ଏହାକୁ କଡ଼ାକଡ଼ି ପାଳନ କରି ଜବରଦଖଲ ମୁକ୍ତ କରାଯିବ। ପୁରୀର ସମସ୍ତ ବିଚ୍କୁ ଆବର୍ଜନା ମୁକ୍ତ କରି ବ୍ଲୁଫ୍ଲାଗ ଭଳି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ।

ପ୍ରକୃତି ସୌନ୍ଦର୍ଯ୍ୟର ଗନ୍ଥାଘର ହେଉଛି ବେଳାଭୂମି। ଜଳଜୀବ ହେଉ ଅବା ବେଳାଭୂମି ସମସ୍ତଙ୍କର ସୁରକ୍ଷା ଆମର ଦାୟିତ୍ୱ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। କେନ୍ଦ୍ରମନ୍ତ୍ରୀଙ୍କ ସହ ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ଅପରାହ୍ନ ସାଢ଼େ ୪ଟାରେ ଭୁବନେଶ୍ୱର ଫେରିିବେ କେନ୍ଦ୍ରମନ୍ତ୍ରୀ।

Comments are closed.