Latest Odisha News

BREAKING NEWS

ଭୂତ ଖାଉଛି ବୀମା ଟଙ୍କା,ଏଲଆଇସି ଏଜେଣ୍ଟ୍ ଗିରଫ

ଭୁବନେଶ୍ୱର: ଭୂତ ଖାଉଛି ବୀମା ଟଙ୍କା । ମୃତ ବ୍ୟକ୍ତିଙ୍କ ନାଁରେ ବୀମା ଟଙ୍କା ହଡ଼ପ ଅଭିଯୋଗ ।   ଜଣେ ଏଲଆଇସି ଏଜେଣ୍ଟ ଗିରଫ । ଗିରଫ ଅଭିଯୁକ୍ତ ହେଲେ କଣାସ ଅଞ୍ଚଳର ଏଲଆଇସି ଏଜେଣ୍ଟ କବିରାଜ ବେହେରା। ତାଙ୍କୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି । ସେ ୪ ଜଣ ମୃତବ୍ୟକ୍ତିଙ୍କ ନାଁରେ ୨୩ଟି ପଲିସି ଖୋଲି ୧ କୋଟି ୧୮ ଲକ୍ଷ ହଡ଼ପ କରିଥିବାର ଅଭିଯୋଗ ହେବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଜି ତାଙ୍କୁ ଖୋର୍ଦ୍ଧା ଏସଡିଜେଏମ କୋର୍ଟକୁ ଚାଲାଣ କରାଯାଉଛି ।

BjdElectrycity

ଅଭିଯୁକ୍ତ କବିରାଜ ବେହେରା ୨୦୦୩ରୁ ଏଲଆଇସି ଏଜେଣ୍ଟ ଭାବରେ କାର୍ଯ୍ୟ କରୁଛନ୍ତି । ସେ ୨୦୧୩ ରୁ ୨୦୧୯ ମଧ୍ୟରେ ଅଭିଯୁକ୍ତ ଏହି ଜାଲିଆତି କରିଥିବା ଜଣାଯାଇଛି । ମିଥ୍ୟା ଭାବରେ ଚାରିଜଣ ମୃତ ବ୍ୟକ୍ତିଙ୍କ ନାମରେ ୨୩ ଟି ଏଲଆଇସି ପଲିସିର ବୀମା ରାଶି ପଇଠ କରି ସେ ଅର୍ଥ ହଡ଼ପ କରିଥିବାର ଅଭିଯୋଗ ହୋଇଛି । ସେମାନଙ୍କୁ ଜୀବିତ ଦର୍ଶାଇ ସେ ଅର୍ଥ ହଡ଼ପ କରିବାର ଯୋଜନା କରିଥିଲେ।

Leave A Reply

Your email address will not be published.